କେନ୍ଦୁଝର: ଜିଲ୍ଲାରେ ବୁଧବାର ଆଉ ୭ ନୂଆ କୋରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ତେବେ ସମସ୍ତ ଆକ୍ରାନ୍ତ ବଡ଼ବିଲ ସହରର ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି ।
ଏହି ୭ ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ଜିଲ୍ଲା ପ୍ରଶାସନ ଟ୍ୱିଟର ମାଧ୍ୟମରେ ଜଣାଇଛି । ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ମେଡିକାଲକୁ ପଠେଇ ଦିଆଯାଇଛି । ଜିଲ୍ଲାରେ ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ୧୯୮ରେ ପହଞ୍ଚିଛି ।
ଏଥି ମଧ୍ୟରୁ ୧୧୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୭୯ ଜଣ ଚିକିତ୍ସାଧୀନ ଅଛନ୍ତି । ସୂଚନା ରହିଛି ଯେ, ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ବଡବିଲ ସହରକୁ 7 ଦିନ ପାଇଁ ରବିବାର ଠାରୁ ସଟଡାଉନ ଘୋଷଣା କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ