ETV Bharat / state

ଜାତୀୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ: ଭୁବନେଶ୍ବର ଚମ୍ପିଆନ

ଜାତୀୟସ୍ତରୀୟ ରାତ୍ରକାଳିନ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ହରିୟାଣା ସ୍ପାଇକର୍ସକୁ ୩-୨ ସେଟ୍‌ରେ ପରାସ୍ତ କରି ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ବର ଚମ୍ପିଆନ ହୋଇଛି ।

ଜାତୀୟସ୍ତରୀୟ  ଭଲିବଲ ଟୁର୍ଣ୍ଣାମେଣ୍ଟ:ଭୁବନେଶ୍ବର ଚମ୍ପିଆନ

author img

By

Published : Feb 14, 2021, 1:18 PM IST

Updated : Feb 14, 2021, 2:46 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଠାରେ ବାବା ରାମେଶ୍ବର ଆଞ୍ଚଳିକ ଯୁବକ ସଂଘ ପକ୍ଷରୁ ଜାତୀୟସ୍ତରୀୟ ରାତ୍ରକାଳିନ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ହରିୟାଣା ସ୍ପାଇକର୍ସକୁ ୩-୨ ସେଟ୍‌ରେ ପରାସ୍ତ କରି ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ବର ଚମ୍ପିଆନ ହୋଇଛି ।

ଜାତୀୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ:ଭୁବନେଶ୍ବର ଚମ୍ପିଆନ

ଉଦଯାପନୀ ଉତ୍ସବରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଏବଂ ସିନେ ଅଭିନେତ୍ରୀ ଶିବାନୀ ଯୋଗ ଦେଇ ଚମ୍ପିଆନ ଏବଂ ରନର୍ସ ଅଫ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଷ୍ଠିତ ଟିମ ଅଂଶ ଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚରେ ହରିୟାଣା ସ୍ପାଇକର୍ସ କୁ ୩-୨ ସେଟ୍ ରେ ପରାସ୍ତ କରି ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର ଚମ୍ପିଆନ ହୋଇଛି ।

ଏହି ଟୁର୍ଣ୍ଣାମେଣ୍ଟକୁ ଜାତୀୟ ସ୍ତରୀୟ ରେଫରୀ, ଭାଷ୍ୟକାର ଏବଂ ଲାଇନ୍ସମ୍ୟାନ ପରିଚାଳନା କରିଥିଲେ । ଏହି ମ୍ୟାଚ ଦେଖିବାକୁ ବହୁସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ବାବା ରାମେଶ୍ବର ଆଞ୍ଚଳିକ ଯୁବକ ସଂଘର ସଭାପତି ପ୍ରଦୀପ କୁମାର ସାହୁ, ଯୁବ ନେତା ଦେବାଶିଷ ପାତ୍ର, ଦେବପ୍ରିୟ ପାତ୍ର, ଅକ୍ଷୟ କୁମାର ସାହୁ ଏବଂ ସଂଘର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ । ଏଭଳି ଟୁର୍ଣ୍ଣାମେଣ୍ଟ ଆଗକୁ ଜାରି ରହିବ ବୋଲି ସଂଘ ସଭାପତି ସାହୁ କହିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Feb 14, 2021, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.