ETV Bharat / state

ଆନନ୍ଦପୁରରେ ଧୁମଧାମରେ ପାଳନ ହେଲା ନନ୍ଦୋତ୍ସବ - Nanda Utsav was celebrated in keonjhar, dipapala village

କେନ୍ଦୁଝର ଘସିପୁରା ବ୍ଲକ ଅଞ୍ଚଳ ଦୀପପାଳ ଗ୍ରାମରେ ବଡ଼ ଧୁମଧାମରେ ପାଳନ ହେଲା ନନ୍ଦ ଉତ୍ସବ । ଏହି ଉତ୍ସବ ପରେ ଯାଦବ ସଂଘ ପକ୍ଷରୁ ରାଧା ରମଣ ମଠ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅଧିକ ପଢନ୍ତୁ...

ଧୁମ ଧାମରେ ପାଳନ ହେଲା ନନ୍ଦ ଉତ୍ସବ
ଧୁମ ଧାମରେ ପାଳନ ହେଲା ନନ୍ଦ ଉତ୍ସବ
author img

By

Published : Sep 1, 2021, 1:47 PM IST

ଆନନ୍ଦପୁର: ସଂସ୍କୃତି ଓ ପରମ୍ପରାକୁ ବଜାଇ ରଖିବା ପାଇଁ ଆମେମାନେ ପାଳନ କରିଥାଉ ୧୨ ମାସରେ ୧୩ ପରବ । ତନ୍ମଧ୍ୟରୁ ଅନ୍ୟତମ ନିଆରା ପର୍ବ ହେଉଛି କେନ୍ଦୁଝର ଘସିପୁରା ବ୍ଲକ ଅଞ୍ଚଳ ଦୀପପାଳ ଗ୍ରାମର ନିଆରା ନନ୍ଦୋତ୍ସବ। ଜନ୍ମାଷ୍ଟମୀର ଉତ୍ସବ ବଡ଼ ଧୁମଧାମରେ ସାରା ଦେଶ ପାଳନ କରିସାରିଥିବା ବେଳେ ତା ପରଦିନ ପାଳନ କରାଯାଇଥାଏ ନନ୍ଦ ଉତ୍ସବ।

ଧୁମ ଧାମରେ ପାଳନ ହେଲା ନନ୍ଦ ଉତ୍ସବ

ପ୍ରଥମେ ଗ୍ରାମ ମଝିରେ ଥିବା ରାଧାରମଣ ମଠରେ ପୂଜାର୍ଚ୍ଚନା କରି ନନ୍ଦ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଠାକୁରଙ୍କୁ ମୁଁଣ୍ଡାଇ ଗାଁ ଆବାଳ ବୃଦ୍ଧବନିତାଙ୍କ ସହ କୀର୍ତ୍ତନ କରି, ଶଙ୍ଖ ବଜାଇ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥାନ୍ତି । ପରେ ସମସ୍ତ ଶ୍ରଦ୍ଧାଳୁ ଓ ଗ୍ରାମବାସୀମାନେ ଭୋଜିଭାତ ଖାଇଥାନ୍ତି । ପୁରାଣ ବର୍ଣ୍ଣିତ ଶ୍ରୀକୃଷ୍ଟ କଥାବୃତ ଅନୁସାରେ ନିଜର ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ପର୍ବ ପାଳନ କରିଆସୁଛନ୍ତି ଗ୍ରାମବାସୀମାନେ।

ଏହାଛଡା ଏହି ପର୍ବ ପାଳନ ଦ୍ବାରା ଗ୍ରାମର ଲୋକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ, ଭାଇଚାରା ସୃଦୁଢ ହୋଇଥାଏ । ଏହି ଉତ୍ସବକୁ ଦେଖବାକୁ ଆଖପାଖ ଗ୍ରାମରୁ ଲୋକମାନଙ୍କର ଭଡ଼ ଜମିଥାଏ । ଶେଷରେ ଯାଦବ ସଂଘ ପକ୍ଷରୁ ରାଧା ରମଣ ମଠ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.