ETV Bharat / state

ଫାଟିଲା ବିଆରପିଏଲ ପାଇପ ଲାଇନ, କାଦୁଅ ପାଣିରେ ଭାସିଲା ବସ୍ତି - ବିଆରପିଏଲ ପାଇପ ଫାଟି ବସ୍ତିରେ କାଦୁଅ

ସ୍ଥାନୀୟ ଯୋଡ଼ା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ରିଭର ପ୍ୟାଲେଟ ଲିମିଟେଡ୍ (ବିଆର୍‌ପିଏଲ୍‌) କମ୍ପାନୀର ପାଇପ୍ ଲାଇନ୍ ଫାଟିବାରୁ ଲୋକଙ୍କ ଘରେ ବହଳ କାଦୁଅ ପାଣି ପଶିଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

keonjhar latest news, brpl pipe line breaks down, mud water in keonjhar slum area, mud in slum after brpl pipe breakage, brpl latest news, କେନ୍ଦୁଝର ଲାଟେଷ୍ଟ ନ୍ୟୁଜ୍‌, ଫାଟିଲା ବିଆରପିଏଲ ପାଇପ ଲାଇନ, କେନ୍ଦୁଝରରେ ବସ୍ତିରେ କାଦୁଅ ପାଣି, ବିଆରପିଏଲ ପାଇପ ଫାଟି ବସ୍ତିରେ କାଦୁଅ, ବିଆରପିଏଲ ଲାଟେଷ୍ଟ ନ୍ୟୁଜ୍‌
ଫାଟିଲା ବିଆରପିଏଲ ପାଇପ ଲାଇନ, କାଦୁଅ ପାଣିରେ ଭାସିଲା ବସ୍ତି
author img

By

Published : Sep 13, 2020, 11:59 AM IST

କେନ୍ଦୁଝର: ସ୍ଥାନୀୟ ଯୋଡ଼ା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ରିଭର ପ୍ୟାଲେଟ ଲିମିଟେଡ୍ (ବିଆର୍‌ପିଏଲ୍‌) କମ୍ପାନୀର ପାଇପ୍ ଲାଇନ୍ ଫାଟିବାରୁ ଲୋକଙ୍କ ଘରେ ବହଳ କାଦୁଅ ପାଣି ପଶିଥିବା ଦେଖାଯାଇଛି । ଶନିବାର ଯୋଡ଼ା ପୌରାଞ୍ଚଳ ଅଧିନସ୍ଥ ଚେମରୀ କ୍ୟାମ୍ପ୍ ନିକଟ ଦେଇ ଯାଇଥିବା ପାଇପ୍ ଲାଇନ୍ ଫାଟିବା ଫଳରେ ଏଭଳି ପରିସ୍ଥିତି ଉପୁଜିଥିଲା । ଏଥିରେ ବ୍ୟାପକ ପରିମାଣର ଫାଇନ୍ସ (ଲୁହା ପଥର ଗୁଣ୍ଡ) ମିଶ୍ରିତ କାଦୁଅ ପାଣି ବସ୍ତି ବାସିନ୍ଦାଙ୍କ ଘରେ ପଶି ଯାଇଥିବା ଦେଖାଯାଇଥିଲା ।

ଫାଟିଲା ବିଆରପିଏଲ ପାଇପ ଲାଇନ, କାଦୁଅ ପାଣିରେ ଭାସିଲା ବସ୍ତି

ତେବେ ବସ୍ତିର ପ୍ରାୟ 10ରୁ ଉର୍ଦ୍ଧ୍ବ ଜଣଙ୍କ ଘରେ ଏହି ଫାଇନାନ୍ସ ମିଶ୍ରିତ କାଦୁଅ ପାଣି ପଶିବା ଯୋଗୁଁ ଲୋକଙ୍କ ଆସବାବପତ୍ର ନଷ୍ଟ ହୋଇଛି । ଏନେଇ ବସ୍ତି ବାସିନ୍ଦା କ୍ଷତିପୂରଣ ପାଇଁ କମ୍ପାନୀ ନିକଟରେ ଦାବି କରିଛନ୍ତି । ସେପଟେ କମ୍ପାନୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ମରାମତି କାମ ଆରମ୍ଭ କରିଛନ୍ତି । ଆଗରୁ ମଧ୍ୟ ଥରେ ଏହିପରି ପାଇପ୍ ଲାଇନ୍ ଫାଟି ହନୁମାନ ହଟିଂରେ 17 ଜଣଙ୍କ ଘରେ କାଦୁଅ ପାଣି ପଶିଯାଇଥିଲା ।

ବିଆର୍‌ପିଏଲ୍ କମ୍ପାନୀ ଦ୍ବାରା ଏହି ପାଇପ୍ ଲାଇନ୍ ଯୋଗେ ବଡ଼ବିଲ ଟଣ୍ଟୋଠାରୁ ଫାଇନ୍ସ ବା ଲୁହାପଥର ଗୁଣ୍ଡ ଯାଜପୁର କଳିଙ୍ଗ ନଗରସ୍ଥିତ ପ୍ୟାଲେଟ ପ୍ଲାଣ୍ଟକୁ ନିଆଯାଇଥାଏ । ତେବେ କେଉଁ କାରଣରୁ ପାଇପ୍ ଲାଇନ୍ ଫାଟିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ନିୟମିତ ଯାଞ୍ଚ କରାଯାଉ ନଥିବାରୁ ଏପରି ଘଟିଥିବା ଅଭିଯୋଗ ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.