ETV Bharat / state

କ୍ୟାନସରରେ ସଢୁଛି ପୁଅ, ମା’ ମାଗୁଛି ସହାୟତା - Mother of a cancer patient

ଯେଉଁ ବୟସରେ ପୁଅ ମା’କୁ ପୋଷିବା କଥା, ସେ ବୟସରେ ମାଗିଯାଚି ଆଣି ପୁଅର ସେବା କରୁଛି ମାଆ । ଅର୍ଥ ଅଭାବରୁ ନା ଚିକିତ୍ସା କରିପାରୁଛି, ନା ଘର ଖଣ୍ଡେ ଅଛି ରହିବାକୁ । ଏ କାହାଣୀ ହେଉଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବୀରଗୋନ୍ଦପୁର ଗାଁର ରେବତୀଙ୍କ....

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
author img

By

Published : Sep 30, 2019, 6:19 PM IST

ଆନନ୍ଦପୁର: ଅଭାବ ଭିତରେ ଅସହାୟ ବୁଢୀ ମା’ । ଅର୍ଥ ଅଭାବରୁ ପୁଅର ଯମ ଯନ୍ତ୍ରଣାକୁ ନିଜ ଆଖିରେ ଦେଖୁଛି ଜନ୍ମକଲା ମା’। ଯେଉଁ ବୟସରେ ପୁଅର ରୋଜଗାରକୁ ଆଶ୍ରା କରିବା କଥା, ସେହି ବୟସରେ ମାଗିଯାଚି ଆଣି ପୁଅର ସେବା କରୁଛି ମା’ । ଅର୍ଥ ଅଭାବରୁ ନା ଚିକିତ୍ସା କରିପାରୁଛି, ନା ଘର ଖଣ୍ଡେ ଅଛି ରହିବାକୁ । ଏଥିଯୋଗୁଁ ପର ଘରେ ଆଶ୍ରୟ ନେଇଛନ୍ତି ମାଆ-ପୁଅ । ତେବେ ଏଭଳି ସ୍ଥିତିରେ ସରକାରୀ ସହାୟତା ଲୋଡିଛନ୍ତି, କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବୀରଗୋନ୍ଦପୁର ଗାଁର ରେବତୀ ପାଢୀ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଆନନ୍ଦପୁର

ପୁଅ ରଞ୍ଜନ ଜଣେ ପୂଜକ ହୋଇଥିବାବେଳେ ମନ୍ଦିରରେ ପୂଜାର୍ଚ୍ଚନା କରି ପେଟ ପୋଷି ଆସୁଥିଲେ । ହେଲେ ହଠାତ ତାଙ୍କର ଗୋଡରେ ଗୋଟିଏ ଫୋଟକା ବାହାରିଥିଲା । ଯାହାକୁ ନେଇ ସ୍ଥାନୀୟ ଆନନ୍ଦପୁର ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିଲେ । ପରେ ଯେଉଁଠି ତାଙ୍କର ଅପରେସନ କରାଯାଇଥିଲା, ଦୀର୍ଘଦିନ ଯାଏଁ ଘା' ନ ଶୁଖିବାରୁ ସେ କଟକ ବଡ ମେଡିକାଲକୁ ଯାଇଥିଲେ । ଆଉ ସେଠାରେ ତାଙ୍କୁ କ୍ୟାନସର ହୋଇଥିବା ସେ ଜାଣିବାକୁ ପାଇଥିଲେ । ଏହାପରେ ରଞ୍ଜନଙ୍କର ସେହି ଗୋଡଟିକୁ କାଟି ଦିଆଯାଇଥିଲା । ଆଉ ଏବେ ସେହି ସମାନ ଅବସ୍ଥା ଅନ୍ୟ ଗୋଡରେ ଦେଖାଦେଇଛି ।

ରଞ୍ଜନ ଏବେ କୌଣସି କାମଧନ୍ଧା କରିନପାରି ଘରେ ପଡି ରହୁଥିବାବେଳେ ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ସେପଟେ ବୁଢୀମାଆ ରେବତୀ ଯାହା ଯେଉଁଠୁ ପାଉଛନ୍ତି ସେତିକିରେ ଘରେ ଚଳାଉଛନ୍ତି । ହେଲେ ଦୁଃଖ ଏତିକିରେ ସରିନି । ଏପଟେ 3 ମାସ ତଳେ ଚାଳ ଛପର ଘର ପୋଡି ଯିବାରୁ ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଛନ୍ତି ମାଆ ପୁଅ ।

ତେବେ ଏହି ଘଟଣା ବିଷୟରେ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଯାହାର ତଦନ୍ତ ପରେ ସରକାରୀ ସ୍ତରରେ ସହାୟତା ଯୋଗାଇବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ଉପଜିଲ୍ଲାପାଳ ।

ଆନନ୍ଦପୁରର ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:290919_AND_PKG__Cancer_Anandapur

ଆଙ୍କର-ଯେଉଁ ବୟସରେ ରୋଜଗାର କରି ମା କୁ ପୋଷିବା କଥା ସେହି ପୁଅର ସେବା କରିଚାଲିଛି ଅସହାୟ ମା। ଟଙ୍କା ପଇସା ଅଭାବରୁ ପୁଅର ଚିକିତ୍ସା ଅଧରେ ରହିଯାଇଛି। ଏମିତିକି କୌଣସି କାରଣରୁ ଘରଖଣ୍ଡିକ ପୋଡି ଯିବାରୁ ତାହାକୁ ସଜାଡି ନପାରି ୩ମାସ ହେବ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଛି। ସରକାର ସ୍ତରରେ ସହାୟତା ପାଇଁ ଆକୁଳ ନିବେଦନ କରୁଛି ମା ଭେଣ୍ଡିଆ ପୁଅର ଏପରି ଅବସ୍ଥା ଦେଖି ଅଧଯ୍ୟ ହୋଇପଡିଛି ମା ଦେଖିବା ଏଇ ରିପୋର୍ଟ।

ଭିଓ-୧-ସରକାର ସ୍ୱସ୍ୟ ସେବା ପାଇଁ ଯୋଜନା ପରେ ଯୋଜନା କରୁଥିଲେ ମଧ୍ୟ ବହୁ ଗରିବଙ୍କ ପାଖରେ ଏହା ପହଞ୍ଚି ପାରୁନଥିବାରୁ ବହୁ ଗରିବ ଅସହାୟ ଅର୍ଥ ଅଭାବରୁ ଚିକିତ୍ସା ପାଇ ନପାରି ନାନା ଦୃଦଶା ଭୋଗୁଛନ୍ତି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ବୀରଗୋନ୍ଦପୁର ଗ୍ରାମର ରଂଜନ ପାଢ଼ୀ ଠାରେ। ରଂଜନ ବ୍ରାହ୍ମଣ ପିଲା ହୋଇଥିବାରି ସ୍ଥାନୀୟ ରଘୁନାଥ ମନ୍ଦିରରେ ପୂଜା କରୁଥିବା ବେଳେ ଲୋକ ମାନଙ୍କର ଯଜମାନୀ କାମ କରି ପରିବାର ପୋଷଣ କରିଥାଏ। କିନ୍ତୁ କଣ ହେଲା କେଜାଣି ଗୋଡ଼ରେ ଫୁଟୁକା ବାହାରିଲା ଡାକ୍ତରଙ୍କୁ ଦେଖାଇ ଅପରେସନ ଆନନ୍ଦପୁର ମେଡିକାଲ ରେ ହେଲା ହେଲେ ଘା ନଶୁଖିବାରୁ କଟକ ବଡ ମେଡିକାଲ ରେ ପରୀକ୍ଷା କରିବାରୁ କ୍ୟାନସର ବାହାରିଲା ଯାହା ଫଳରେ ତାର ଗୋଡଟିକୁ କାଟିବାକୁ ପଡିଲା। ମେଡିକାଲ ରୁ ଆସିବା ପରେ ପୁଣି ଅନ୍ୟ ଗୋଡଟିର ସେହି ଅବସ୍ଥା । ବର୍ତ୍ତମାନ ଚାଲିପାରୁନାହଁକି କିଛି ରୋଜଗାର କରିପାରୁନାହିଁ । ଗାଁ ସାହି ଲୋକ ମାନଙ୍କ ଠାରୁ ବୁଢ଼ୀ ମା ଯାହା ମାଗିଯାଚି ଆଣୁଛି ସେଥିରେ ଦିନ କାଟୁଥିବା ବେଳେ ଔଷଧ କିଣିବାକୁ ଟଙ୍କା ହେଉନାହିଁ। ଏଇ ଭିତରେ ବୋଝ ଉପରେ ନଳିତା ବିଡା କୌଣସି କାରଣରୁ ଘରଟି ପୋଡିଯିବାରୁ ବର୍ତ୍ତମାନ ଅନ୍ୟ ଘରେ ଆଶ୍ରୟ ନେଉଛି ରଂଜନ। ପୁଅର ଏପରି ଅବସ୍ଥା ଦେଖି ଅଧଯ୍ୟ ହୋଇପଡୁଛି ବୁଢ଼ୀ ମା। ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଛି।

ବାଇଟି-୧-ରଂଜନ ପାଢ଼ୀ, ରୋଗୀ
ବାଇଟି-୨-ରେବତୀ ପାଢ଼ୀ ,ମା

ଭିଓ-୨-ପୁଅକୁ ଭଲ କରିବା ପାଇଁ ଏବଂ ବଡ ଡାକ୍ତରକୁ ଦେଖେଇବା ପାଇଁ ଟଙ୍କା ଦରକାର ପଡୁଥିବା ବେଳେ ଅସହାୟ ପାଇଁ ସରକାରୀ ସହାୟତା ଜରୁରୀ ହୋଇପଡୁଛି। ଏବିଷୟରେ ଉପଜିଲ୍ଲାପାଳ ଙ୍କୁ ଜଣାଇବାରୁ ତଦନ୍ତ କରି ସବୁ ପ୍ରକାର ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବାଇଟି-୩-ବୁବୁନ ମହାପାତ୍ର, ପଡ଼ୋଶୀ
ବାଇଟି-୪-ରବୀନ୍ଦ୍ର କୁମାର ସାହୁ,ଉପଜିଲ୍ଲାପାଳ, ଆନନ୍ଦପୁର

ଏଫ୍ ଭିଓ-ତୁରନ୍ତ ସରକାର ଅନୁଧ୍ୟାନ କରି ସହାୟତାର ହାତ ବଢ଼ାଇଲେ ଅସହାୟ ମା କୁ ଟିକିଏ ଖୁସୀ ମିଳିପାରନ୍ତା। ଆନନ୍ଦପୁର ରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ।
Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.