ETV Bharat / state

ଜଳୁଛି କାଜୁ ଜଙ୍ଗଲ - ମେଘନାଦପାଇ କୁଣ୍ଡି କାଜୁ ଜଙ୍ଗଲରେ ନିଆଁର ତାଣ୍ଡବ

ମେଘନାଦପାଇ କୁଣ୍ଡି କାଜୁ ଜଙ୍ଗଲରେ ନିଆଁର ତାଣ୍ଡବ । ୭ ଏକରରୁ ଅଧିକ ପରିମିତ ଅଞ୍ଚଳରେ ଥିବା କାଜୁ ଗଛ ପୋଡି ପାଉଁଶ । ଅଧିକ ପଢନ୍ତୁ...

କାଜୁ ଜଙ୍ଗଲରେ ନିଆଁ
କାଜୁ ଜଙ୍ଗଲରେ ନିଆଁ
author img

By

Published : Feb 25, 2021, 10:16 AM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ଗଡବାନ୍ଧଗୋଡା ମେଘନାଦପାଇ କୁଣ୍ଡି କାଜୁ ଜଙ୍ଗଲରେ ନିଆଁ ଲାଗି ୭ ଏକରରୁ ଅଧିକ ପରିମିତ କାଜୁ ଜଙ୍ଗଲ ଜଳି ଯାଇଛି । ଗଡ଼ବାନ୍ଧଗୋଡା ମେଘନାଦପୋଇର ୭୭୨ ଏକର ନୂଆ ଏବଂ ପୁରୁଣା କାଜୁ ଜଙ୍ଗଲକୁ ସେହି ଗ୍ରାମର ଜୟନ୍ତଗାନ୍ଧି ବିଶ୍ବାଳ ନାମକ ବ୍ୟକ୍ତି ୭୭ ଲକ୍ଷ 10 ହଜାର ଟଙ୍କାରେ ୩ ବର୍ଷ ପାଇଁ ଓଡିଶା କାଜୁ ନିଗମ ଠାରୁ ଟେଣ୍ଡର ପ୍ରକ୍ରିୟାରେ ଲିଜ୍ ନେଇଥିଲେ ।

ହେଲେ ସେହି କାଜୁ ଜଙ୍ଗଲରେ ନିଆଁ ଲାଗି ପ୍ରାୟ ୭ ଏକରରୁ ଅଧିକ ପରିମିତ ଅଞ୍ଚଳରେ ଥିବା କାଜୁ ଗଛ ପୋଡି ପାଉଁଶ ହୋଇଯାଇଛି । ଅନେକ ସ୍ଥାନରେ ବଡ ବଡ ଗଛ ମଧ୍ୟ ଜଳିଯାଇଥିବା ଦେଖିବାକୁ ମିଳିଛି ।

କାଜୁ ଜଙ୍ଗଲରେ ନିଆଁ

ଖବର ପାଇ ଘସିପୁରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗିବାର ପ୍ରକୃତ କାରଣ ଏଯାବତ ଜଣାପଡି ନାହିଁ । କେହି ଦୁର୍ବୃତ୍ତ ଜାଣିଶୁଣି କାଜୁ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଲିଜଧାରୀ ଜୟନ୍ତଗାନ୍ଧି ବିଶ୍ବାଳ ଅଭିଯୋଗ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.