କେନ୍ଦୁଝର: ଜିଲ୍ଲା ପୋଲିସ ମୁଖ୍ୟାଳୟରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇଛନ୍ତି ମିତ୍ରଭାନୁ ମହାପାତ୍ର । ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାର ମୁଖ୍ୟ ସମସ୍ୟା ପାଲଟିଥିବା ଟ୍ରାଫିକ ବ୍ୟବସ୍ଥା ଉପରେ ସେ ଧ୍ୟାନ ଦେବେ ବୋଲି କହିଛନ୍ତି ।
କେନ୍ଦୁଝର ଜିଲ୍ଲା ଏକ ଖଣି ବହୁଳ ଜିଲ୍ଲା ହୋଇଥିବା ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅଧିକ ସୁଦୃଢ କରିବେ ବୋଲି ନୂତନ ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି । ସେ ପୂର୍ବତନ ଡିଆଇଜି ତଥା ଏସପି ଜୟନାରାୟଣ ପଙ୍କଜଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ ମାହାପାତ୍ର, ଇଟିଭି ଭାରତ