ETV Bharat / state

କୂଅରୁ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - nuptial

କୂଅ ଭିତରୁ ବ୍ୟକ୍ତିଙ୍କ ମୃତଦେହ ଠାବ । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଭୁଲୁଦା ଗ୍ରାମରେ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର
author img

By

Published : Mar 13, 2019, 3:01 PM IST

କେନ୍ଦୁଝର: କୂଅ ଭିତରୁ ବ୍ୟକ୍ତିଙ୍କ ମୃତଦେହ ଠାବ । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଭୁଲୁଦା ଗ୍ରାମରେ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ତୁରୁମୁଙ୍ଗା ଥାନା ବଳିଆପଶି ଗ୍ରାମର ନରେନ୍ଦ୍ର ବେହେରା ।

ତେବେ ନରେନ୍ଦ୍ରଙ୍କ ମୃତଦେହ ଜଙ୍ଗଲ ଭିତରେ ଥିବା ଏକ କୂଅ ଭିତରୁ ମିଳିଛି । ଗାଁ ଲୋକେ ସକାଳୁ ଜଙ୍ଗଲକୁ ଯିବା ସମୟରେ କୂଅ ଭିତରେ ମୃତଦେହ ଭାସିବା ଦେଖି ପୋଲିସକୁ ଖବର ଦେଇଥିଲେ ।

ଖବରପାଇ ତୁରୁମୁଙ୍ଗା ପୋଲିସ ଓ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ନରେନ୍ଦ୍ର ତିନିଦିନ ହେବ ନିଖୋଜ ଥିଲା ଜଣାପଡିଛି ।

ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

କେନ୍ଦୁଝର: କୂଅ ଭିତରୁ ବ୍ୟକ୍ତିଙ୍କ ମୃତଦେହ ଠାବ । ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଭୁଲୁଦା ଗ୍ରାମରେ ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ତୁରୁମୁଙ୍ଗା ଥାନା ବଳିଆପଶି ଗ୍ରାମର ନରେନ୍ଦ୍ର ବେହେରା ।

ତେବେ ନରେନ୍ଦ୍ରଙ୍କ ମୃତଦେହ ଜଙ୍ଗଲ ଭିତରେ ଥିବା ଏକ କୂଅ ଭିତରୁ ମିଳିଛି । ଗାଁ ଲୋକେ ସକାଳୁ ଜଙ୍ଗଲକୁ ଯିବା ସମୟରେ କୂଅ ଭିତରେ ମୃତଦେହ ଭାସିବା ଦେଖି ପୋଲିସକୁ ଖବର ଦେଇଥିଲେ ।

ଖବରପାଇ ତୁରୁମୁଙ୍ଗା ପୋଲିସ ଓ ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ନରେନ୍ଦ୍ର ତିନିଦିନ ହେବ ନିଖୋଜ ଥିଲା ଜଣାପଡିଛି ।

ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ସ୍ଲଗ -ଲାଗୁ ହେଲା ନିର୍ବାଚନୀ ଆଚାର ସଂହିତା, ବଲାଗିଂରରେ ସୋସିଆଲ ମିଡିଆ ଓ ପୋଷ୍ଟର ବେନର ସାଜିଛି ପ୍ରଶାସନର ମୁଣ୍ଡବ୍ୟଥାର କାରଣ 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୧୨-୦୩-୧୯
ଫରମାଟ -ପେକେଜ
ଏଙ୍କର-
ବାଜି ସାରିଛି ନିର୍ବାଚନୀ ବିଗୁଲ । ଏବଂ ନିର୍ବାଚନ ତାରିଖ ଘୋଷଣା ସହ ଲାଗୁ ହୋଇଛି ନିର୍ବାଚନୀ ଆଚାର ସଂହିତା । ଯାହାକୁ କଡାକଡି ପାଲନ ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଥିବା ବେଲେ ଜିଲ୍ଲା ନିର୍ବାଚନ ଅଧିକାରୀ ମଧ୍ୟ ଏଥିପାଇଁ କଡା ନିର୍ଦ୍ଦେଷ ନାମା ଜାରି କରିଛନ୍ତି । ହେଲେ ଏସବୁ ସତ୍ତେ୍ୱ ସମଗ୍ର ବଲାଗିଂର ଜିଲ୍ଲାରେ ବିଭିନ୍ନ ପ୍ରକାରର ପ୍ରଚାର ଧର୍ମୀ ପୋଷ୍ଟର ବେନର ଲାଗି ଲୋକଙ୍କୁ ଭ୍ରମିତ ଓ ପ୍ରଭାବିତ କରୁଛି । ଏହାଛଡା ଏହାଠୁଁ ବି ବଡ ମୁଣ୍ଡ ବ୍ୟଥାର କାରଣ ସାଜିଛି ସୋସିଆଲ ମିଡିଆ । ଯେଉଁଥିରେ ବିଭିନ୍ନ ଦଲ ଚିହ୍ନ ସହ ଭୋଟରଙ୍କୁ ପ୍ରଭାବିତ କଲା ଭଲି ପୋଷ୍ଟ ନିତି ଦିନ କରା ଯାଉଛି । ତେବେ ଏସବୁକୁ କେମିତି ପ୍ରଶାସନ ରୋକ ଲଗାଇବ ତାହା ଏବେ ସବୁଠୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି ।
ଭି ଓ୧ 
ବାଜି ସାରିଛି ନିର୍ବାଚନୀ ବିଗୁଲ । ଏବଂ ଏଥି ପାଇଁ ବିଧିବଦ୍ଧ ଭାବରେ ତାରିଖ ଘୋଷଣା ସହ ତତ୍ତକ୍ଷଣାତ ନିର୍ବାଚନ ଆଚାର ସଂହିତା ମଧ୍ୟ ଲାଗୁ ହୋଇଛି । ଯେଉଁଥିରେ କୌଣସି ପ୍ରକାରରେ ଭୋଟରଙ୍କୁ ଲୋଭ ଦେଖାଇବା , କୌଣସି ମତେ ପ୍ରଭାବିତ କରିବା ସହିତ ନୁଆ ବିକଶ କାମ ଉପରେ ଲାଗିଛି ରୋକ । ହେଲେ ବଲାଗିଂରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଲିଛି । ନିୟମ ଅନୁସାରେ କୌଣସି ସ୍ଥାନରେ ନେତା କିମ୍ବା ଦଲୀୟ ପୋଷ୍ଟର ବେନର ଲାଗିବାର ନଥିବା ବେଲେ ଏଠି ଖୂଲମ ଖୁଲା ସମଗ୍ର ଜିଲ୍ଲାରେ ପ୍ରତ୍ୟେକ ଗଲି ଓ ମୁଖ୍ୟ ରାସ୍ତାରେ ପୋଷ୍ଟର ବେନର ଲାଗିଥିବାର ଦେଖିବାକୁ ମିଳିଛି ।  ଯାହା ଏଯାଏଁ ପ୍ରଶାସନର ଦୃଷ୍ଟି ଗୋଚର ହୋଇ ନଥିବା ବେଲେ ଏବେ ସୋସିଆଲ ମିଡିଆ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ସାଜିଛି । ଏଠିକାର ନେତା ଓ ବିଭିନ୍ନ ଦଲ ତରଫରୁ ଆଜି ବି ବିଭିନ୍ନ ପ୍ରକାରର ଭୋଟରଙ୍କୁ ପ୍ରଭାବିତ କଳା ଭଲି ପୋଷ୍ଟ ଖୁଲମ ଖୁଲା କରା ଯାଉଛି । କେତେବେଲେ ବିକାଶ ନାଁରେ ତ କେତେବେଲେ ପରସ୍ପରକୁ ଆକ୍ଷେପ କରି ବିଭିନ୍ନ ପ୍ରକାରରେ ପୋଷ୍ଟ କରା ଯାଉଛି । ଯାହା ନିଶ୍ଚିତ ଭାବରେ ଭୋଟରଙ୍କୁ ପ୍ରଭାବିତ କରୁଥିବା ବେଲେ ଏହା ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି । 
ବାଇଟ- ସନ୍ଦିପ କୁଅଁର - ବୁଦ୍ଧିଜୀବି
ଭି ଓ ୨
ନିର୍ବାଚନ ଆଚାର ସଂହିତା ପାଲନ କରିବା ପାଇଁ ନେତା, ପାର୍ଥୀ, ଗଣମାଧ୍ୟମ, ପ୍ରଶାସନ ସମସ୍ତଙ୍କ ପାଇଁ କଡା ନିୟମ ରହିଛି ।  ଏବଂ ଏହାକୁ ଉଲଂଘନ କଲେ ନ୍ୟାୟିକ ବ୍ୟବସ୍ଥାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ରହିଛି ହେଲେ ଏହା ସତ୍ତେ୍ୱ ଏସବୁକୁ ଖାତିର ନକରି ବଲାଗିଂରରେ ଆଚାର ସଂହିତା ପାଲନ ହୋଇ ପାରୁ ନାହିଁ । ସେପଟେ ଜିଲ୍ଲା ନିର୍ବାଚନ ଅଧିକାରୀ ଏସବୁରେ ଅବଗତ ଥିବା ବେଲେ ୨୪ ଘଣ୍ଟା ମଧ୍ୟରେ ସହର ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ବେନର ହଟାଇବା ପାଇଁ ପଦକ୍ଷେପ ନେଇଛି । ସେହିପରି ସୋସିଆ ମିଡିଆରେ ପୋଷ୍ଟ ହେଉଥିବା ବିଭିନ୍ନ ପ୍ରକାରର ପ୍ରଚାର ଧର୍ମୀ ମେସେଜ କୁ ମଧ୍ୟ କଡା ନଜର ରଖା ଯାଇଛି ଓ ଅମାନ୍ୟ ହେଲେ କଡା ପଦକ୍ଷେପ ନିଆ ଯିବ ବୋଲି ଜିଲ୍ଲାପାଲ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କହିଛନ୍ତି । ସମାନ ଭାବରେ ଜନ ସାଧାରଣଙ୍କ ପାଇଁ ସିଭିଜିଲ ମୋବାଇଲ ଆପ ଥିବାର କହିଥିବା ବେଲେ ଅଭିଯୋଗ ପାଇଲେ ୧୦୦ ମିନିଟ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ସେ ଦେଇଛନ୍ତି ।
ବାଇଟ- ଅରିନ୍ଦମ ଡାକୁଆ - ଜିଲ୍ଲାପାଲ ତଥା ନିର୍ବାଚନ ଅଧିକାରୀ ବଲାଗିଂର
ଏଫ ଭି ଓ 
କଡା ନିୟମକୁ ଏଯାଏଁ ଖାତିର କରିନଥିବା ଲୋକ ଉପରେ କେମିତି ଲଗାମ ଲଗା ଯାଇ ପାରିବ ଓ ଆଗାକୁ ନିର୍ବାଚନ ଆଚାର ସଂହିତା କଡା କଡି ଭାବରେ କେମିତି ପାଲନ ହେବ  ଏବଂ ଏଥି  ପାଇଁ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା । 
  
 ଭିଜୁଆଲ ବାଇଟ ମୋଜୋରେ ଯାଇଛି 

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.