କେନ୍ଦୁଝର : ମୋବାଇଲ ଦୋକାନରୁ ଡକାୟତି । ଦୋକାନ କାନ୍ଥ ଭାଙ୍ଗି ଲୁଟି ନେଲେ ୧୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ମୋବାଇଲ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟ ବଜାରରେ ଥିବା ଏକ ମୋବାଇଲ ଦୋକାନରୁ ବିଳମ୍ବିତ ରାତିରେ ଡକାୟତି ହୋଇଛି ।
ଦୋକାନର ପଛପଟ କାନ୍ଥ ଭାଙ୍ଗି ଦୁବୃର୍ତ୍ତ ମାନେ ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ସ୍ମାର୍ଟଫୋନ ଲୁଟି ନେଇଛନ୍ତି । ଆଜି ସକାଳୁ ଦୋକାନ ମାଲିକ ଅୟସ କୁମାର ନାଏକ ଦୋକାନରେ ପହଞ୍ଚି ଚୋରି ହୋଇଥିବା ଦେଖିଥିଲେ । ଚୋରି ସମ୍ପର୍କରେ ପାଟଣା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ