ETV Bharat / state

ନାବାଳିକାକୁ ଗଣଦୁଷ୍କର୍ମ: ଦୁର୍ଘଟଣା ପରେ ପଦାକୁ ଆସିଲା ସତ୍ୟତା

author img

By

Published : Jan 4, 2020, 12:22 PM IST

କେନ୍ଦୁଝର ଝୁମ୍ପୁରା ଥାନା ଅନ୍ତର୍ଗତ ଫକୀରପୁର ଗାଁରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଛି । ବଜାରକୁ ଲେମ୍ବୁ ବିକ୍ରି କରିବାକୁ ଗଲାବେଳେ 2 ଯୁବକ ଲେମ୍ବୁ କିଣିବା ବାହାନାରେ ନାବାଳିକା ସହ ରଖିଥିଲେ ସମ୍ପର୍କ । ଶନିବାର ବାଇକ ଦୁର୍ଘଟଣା ପରେ ପଦାକୁ ଆସିଲା ସମ୍ପୂର୍ଣ୍ଣ ଘଟଣା । ଅଧିକ ପଢନ୍ତୁ...

Minor gang rape in keonjhar
ନାବାଳିକାକୁ ଗଣଦୁଷ୍କର୍ମ; ଦୁର୍ଘଟଣା ପରେ ପଦାକୁ ଆସିଲା ସତ୍ୟତା

କେନ୍ଦୁଝର: ଜିଲ୍ଲାରେ ଲଜ୍ଜା । 6ଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଛି । ଘଟଣାଟି ଘଟିଛି କେନ୍ଦୁଝର ଝୁମ୍ପୁରା ଥାନା ଅନ୍ତର୍ଗତ ଫକୀରପୁର ଗାଁରେ ।

ସୂଚନାନୁସାରେ, ଫକୀରପୁର ଗାଁର ଜଣେ ନାବାଳିକା 6ଷ୍ଠ ଶ୍ରେଣୀରେ ପାଠ ପଢୁଥିବାବେଳେ ପରିବାର ପ୍ରତିପୋଷଣ ପାଇଁ ପ୍ରତିଦିନ ବଜାରକୁ ଲେମ୍ବୁ ବିକ୍ରି କରିବାକୁ ଯାଇଥାଏ । ନାବାଳିକାର ମା ହାଟରେ ଚୁଡି ବିକୁ ଥିବାବେଳେ 2 ଝିଅ ଲେମ୍ବୁ ବିକନ୍ତି । ହେଲେ ନିକଟସ୍ଥ ଅଞ୍ଚଳର 2 ଯୁବକ ଲେମ୍ବୁ କିଣିବା ବାହାନାରେ ଝିଅ ସହିତ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ ।

ଗତ ଏକ ମାସ ତଳୁ ହାଟରୁ 2ଟି ପାଳିରେ ୨ଟି ସ୍ଥାନକୁ ଉଠାଇ ନେଇ ସେଠାରେ ଗଣଦୁଷ୍କର୍ମ କରିବା ସହ ଏକଥା କହିଲେ ମାରି ଦେବାକୁ ଧମକ ଦେଇଥିଲେ । ଏନେଇ ସମ୍ପୃକ୍ତ ନାବାଳିକା ଚୁପ ଥିବାବେଳେ ଶନିବାର ତାକୁ ବାଇକ୍‌ରେ ନେଇ ଯାଉଥିବାବେଳେ ବାଇକଟି ଗଛରେ ପିଟି ହୋଇଥିଲା । ଏହା ପରେ ଘଟଣାଟି ପଦାକୁ ଆସିଥିଲା ।

ସେପଟେ ଖବର ପାଇ 'ସଖୀ' ଅନୁଷ୍ଠାନ ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରି କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏହା ପରେ ପୋଲିସ ଓ ଚାଇଲ୍ଡ ଲାଇନକୁ ଖବର ଦେଇଛନ୍ତି । ଦୁର୍ଘଟଣାରେ ନାବାଳିକାର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ଼ ମେଡିକାଲକୁ ପଠେଇ ଦିଆଯାଇଛି । ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ହାଟରୁ ଉଠାଇ ନେଇ ଗଣ ଦୁଷ୍କର୍ମ ମାସେ ହେଲା ଚାଲିଥିଲା ଅତ୍ୟାଚାର ବାଇକ ଦୁର୍ଘଟଣା ପରେ ପଦାକୁ ଆସିଲା ଘଟଣା ।

ଆଙ୍କର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅକ୍ତର୍ଗତ ଫକୀରପୁର ଗାଁରେ ଗଣଦୁଷ୍କର୍ମ ଗାର ଜଣେ ନାବାଳିକା ଯେକି ୬ଷ୍ଟ ଶ୍ରେଣୀରେ ପାଠ ପଢନ୍ତି ପରିବାର ପ୍ରତିପୋଷଣ ପାଇଁ ବଜାରକୁ ଲେମ୍ବୁ ବିକ୍ରୀ କରିବାକୁ ଯାଆନ୍ତି ମା ହାଟରେ ଚୁଡି ବିକନ୍ତି ଆଉ ୨ ଝିଅ ଲେମ୍ବୁ ବିକନ୍ତି ହେଲେ ନିକଟସ୍ଥ ଅଂଚଳର ୨ ଯୁବକ ଲେମ୍ବୁ କିଣିବା ବହାନାରେ ଝିଅ ସହିତ ସମ୍ପର୍କ ରକିବାକୁ ଚେଷ୍ଟା କରି ଗତ ଏକ ମାସ ତଳୁ ହାଟରୁ ୨ ପାଳି ୨ ଟି ସ୍ଥାନକୁ ଉଠାଇ ନେଇ ସେଠାରେ ଗଣ ବଳାକ୍ତାର କରିବା ସହ ଏକଥା କହିଲେ ମାରି ଦବାକୁ ଧମକ ଦେଇଥିଲେ । ଏନେଇ ସମ୍ପୃକ୍ତ ନାବାଳିକା ଚୁପ ଥିବା ବେଳେ ମଟର ସାଇକଲରେ ନେଇ ଯାଉଥିବା ବାଇକ ଗଛରେ ପିଟିହେବା ପରେ ସବୁ କଥା ପଦାକୁ ଆସିଥିଲା । ଖବର ପାଇ ସଖୀ ପକ୍ଷରୁ ସମ୍ପୃକ୍ତ ନାବାଳିକାକୁ ଉଦ୍ଧାର କରି କେନ୍ଦୁଝର ଡାକ୍ତରଖାନାରେ ଭର୍ତି କରିଛନ୍ତି । ପୋଲିସ ଓ ଚଡ୍ଲ୍ ଲାଇନକୁ ଖବର ଦେଇଛନ୍ତି । ତାର ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ କୁ ପଠେଇ ଦିଆ ହୋଇଛି । ଏନେଇ ପୋଲିସ ର ପ୍ରତିକ୍ରିୟା ମିଳି ପାରିନାହିଁ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.