ETV Bharat / state

ଘର କାମ ବାହାନାରେ ଅକଥନୀୟ ନିର୍ଯାତନା, 2 ନାବାଳିକା ଉଦ୍ଧାର

କେନ୍ଦୁଝର ଜିଲ୍ଲାର ଟାଉନଥାନା ଗୁମୁରା ଅଞ୍ଚଳରୁ ଆଜି 2 ଜଣ ଆଦିବାସୀ ନାବାଳିକାଙ୍କୁ ସ୍ଥାନୀୟ ଏସଏସଜି ଗ୍ରୁପର କିଛି ସଦସ୍ୟା ଉଦ୍ଧାର କରି ଥାନାରେ ଜିମା ଦେଇଛନ୍ତି। ନାବାଳିକା 2 ଜଣଙ୍କୁ ସ୍ଥାନୀୟ ଗୁମୁରା ଅଞ୍ଚଳର ଜଣେ ଲୋକଙ୍କ ନିଜ ଘର କାମରେ ନିୟୋଜିତ କରିଥିବାବେଳେ ସେମାନଙ୍କୁ ଶାରିରୀକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି ।

author img

By

Published : May 18, 2019, 8:33 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲାର ଟାଉନଥାନା ଗୁମୁରା ଅଞ୍ଚଳରୁ ଆଜି 2 ଜଣ ଆଦିବାସୀ ନାବାଳିକାଙ୍କୁ ସ୍ଥାନୀୟ ଏସଏସଜି ଗ୍ରୁପର କିଛି ସଦସ୍ୟା ଉଦ୍ଧାର କରି ଥାନାରେ ଜିମା ଦେଇଛନ୍ତି । ନାବାଳିକା 2 ଜଣଙ୍କୁ ସ୍ଥାନୀୟ ଗୁମୁରା ଅଞ୍ଚଳର ଜଣେ ଲୋକଙ୍କ ନିଜ ଘର କାମରେ ନିୟୋଜିତ କରିଥିବାବେଳେ ସେମାନଙ୍କୁ ଶାରିରୀକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । 2 ବର୍ଷ ତଳେ ଛୋଟ ପିଲା ସମ୍ଭାଳିବା ବାହାନାରେ ସେମାନଙ୍କୁ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରୁ ଅଣାଯାଇ ଘର କାମରେ ନିୟୋଜିତ କରାଯାଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

ସାମାନ୍ୟ ଭୁଲ ହେଲେ ମାଡ଼ ମରାଯାଉଥିବା ବେଳେ ଦିନ ଦିନ ଧରି ଖାଇବାକୁ ଦିଆଯାଉନଥିଲା । ପ୍ରତିବାଦ କଲେ ଛୁରୀ ଦେଖାଇ ମାରିଦେବାକୁ ଧମକ ମଧ୍ୟ ଦିଆଯାଉଥିଲା। ଏପରିକି ନିଜ ଘରଲୋକଙ୍କ ସହ କଥାବାର୍ତ୍ତା ହେବାକୁ ମଧ୍ୟ ସୁଯୋଗ ଦିଆଯାଉନଥିଲା ।

ଆଜି ଘର ମାଲିକ ନଥିବାର ସୁଯୋଗ ନେଇ 2 ଜଣ ଖସି ପଳାଇ ଆସି ସ୍ଥାନୀୟ ଏକ ଛକରେ ବସି କାନ୍ଦୁଥିବା ଦେଖି କିଛି ଏସଏଚଜି ଗ୍ରୁପର ମହିଳା ସେମାନଙ୍କୁ ଥାନାରେ ଜିମା ଦେଇଥିଲେ । ଖବର ପାଇ ଥାନାରେ ଚାଇଲଡ଼ ଲାଇନ ସଦସ୍ୟ ପହଞ୍ଚି ସେମାନଙ୍କ ଅଭିଯୋଗ କ୍ରମେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.