ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘଷିପୁରା ପୋଲିସ ଏବଂ ଦେଓଗାଁ ବନ ବିଭାଗର ମିଳିତ ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ । ଦେଓଗାଁ ବନ ବିଭାଗ ଅଧିନ ଚମ୍ପାପାଳ ଏବଂ କଅଁଶ ଗାଁରେ ଅଚାନକ ଆଜି ଦିନରେ ଗୋଟିଏ ଟିମ ଚଢାଉ କରିଥିଲା ।

ତେବେ ଚୋରା କାଠ ବେପାର କରୁଥିବା ବ୍ୟକ୍ତି କୌଶଳ କ୍ରମେ ଖସି ପଳାଇ ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କାଠ ଜବତ କରି ଦେଓଗାଁ ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ