ETV Bharat / state

ହରିଚନ୍ଦନପୁରରେ ଖୋଲିଲା ମେଗା ସିଲ୍କପାର୍କ - mega silkpark chief guest padmini diana

ଏକ ମେଗା ସିଲ୍କପାର୍କର ଶୁଭ ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 13, 2019, 3:04 PM IST

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡାଠାରେ ଏକ ମେଗା ସିଲ୍କପାର୍କର ଶୁଭ ଉଦଘାଟନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ ଏହି ସିଳ୍କ ପାର୍କକୁ ଉଦଘାଟନ କରିଥିବା ବେଳେ ଆଗାମୀ ଦିନରେ ଏହା ସିଳ୍କ ସେଣ୍ଟର ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତେବେ ଏହି ଅବସରରେ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ସମେତ ସମ୍ମାନିତ ଅତିଥି ଭାବେ ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଓ ଜିଲ୍ଲାପାଳ ଆଶିଷ ଠାକରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସହ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ ।

ତେବେ ଭଗାମୁଣ୍ଡା ଟସର ସୋସାଇଟି ନିଜର ଭଲ କାମ ପାଇଁ ରାଜ୍ୟ ତଥା ଜାତୀୟ ସ୍ତରରେ ପୁରଷ୍କାର ଲାଭ କରିଛି । ଏହି ଅଞ୍ଚଳର ଆଦିବାସୀ ଲୋକମାନେ ଟସର ଚାଷ କରି ବେଶ ଦୁଇ ପଇସା ରୋଜଗାରକ୍ଷମ ହେବା ସହ ଅଞ୍ଚଳର ବହୁ ମହିଳାମାନେ ଏଥିପାଇଁ ଆତ୍ମନିଯୁକ୍ତି ପାଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

BLANK FOR LINK

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.