ETV Bharat / state

ଅବସର ପରେ ବି ଶିକ୍ଷାଦାନ ନିଶା, ବାଧା ଦେଇପାରିନି ବୟସ ସୀମା

author img

By

Published : Sep 5, 2021, 2:48 PM IST

83 ବର୍ଷ ବୟସରେ ମାଗଣା ପାଠ ପଢାଉଛନ୍ତି କେନ୍ଦୁଝରର ମାୟାଧର ସାର । ଶିକ୍ଷକଙ୍କ ଏ ମହାନତାକୁ କରାଯାଉଛି ପ୍ରଶଂସା । ଅଧିକ ପଢନ୍ତୁ...

ମାୟାଧର ସାରଙ୍କ ମହାନତା;ବୟସର ଅପରାହ୍ନରେ କରୁଛନ୍ତି ମାଗଣା ଶିକ୍ଷାଦାନ

ଆନନ୍ଦପୁର: ଯୁଗେ ଯୁଗେ ଗୁରୁ ସର୍ବଦା ପୂଜ୍ୟ । ସିଏ ଅଜ୍ଞାନ ରୂପକ ଅନ୍ଧାରକୁ ବାଟ କଢାଇ ଆଲୋକକୁ ଆଣିଥାନ୍ତି । ମାଟି ପିତୁଳାକୁ ମଣିଷ କରି ଗଢି ତୋଳନ୍ତି । ପ୍ରତ୍ୟେକଙ୍କ ଜୀବନରେ କେହି ନା କେହି ଜଣେ ଗୁରୁ ଥାଆନ୍ତି । ଆଉ କେତେକ ଗୁରୁ ଏମିତିବି ଅଛନ୍ତି ଯେଉଁମାନେ ଶିକ୍ଷାକତାରୁ ଅବସର ନେଲା ପରେ ବି ମାଗଣାରେ ଶିକ୍ଷାଦାନ କରୁଛନ୍ତି । ପିଲାମାନେ ବି ଗୁରୁଙ୍କ ପାଖକୁ ପ୍ରତିଦିନ ପାଠ ପଢିବାକୁ ଆସନ୍ତି । ବୟସ ୮୩ ଛୁଇଁଲାଣି । ହେଲେ ପିଲାଙ୍କୁ ପାଠ ପଢାଇବା ନିଶା ତାଙ୍କର ଏବେବି ରହିଛି ।

ସେ ହେଉଛନ୍ତି କେନ୍ଦୁଝରର ଅଙ୍ଗାରୁଆ ଗାଁର ମାୟାଧର ସାର । ଶିକ୍ଷକତାରୁ ଅବସରର ବି ନେଇ ସାରିଲେଣି । କିନ୍ତୁ ପିଲାଙ୍କୁ ପାଠ ପଢାଇବା ନିଶା ତାଙ୍କର ଏବେବି ରହିଛି । ସେଇଥିପାଇଁ ତ ଗାଁ ମନ୍ଦିର ବେଢାରେ କୁନି କୁନି ପିଲାଙ୍କୁ ପାଠ ପଢାଉଛନ୍ତି । କେବଳ ସ୍କୁଲ ପିଲା ନୁହଁନ୍ତି କଲେଜ ଛାତ୍ରଛାତ୍ରୀ ମଧ୍ୟ ତାଙ୍କ ପାଖରେ ପାଠ ପଢନ୍ତି । ତାହା ପୁଣି ବିନା ପାରିଶ୍ରମିକରେ । ଦୀର୍ଘ ୨୩ବର୍ଷ ଧରି ବିନା ପାରିଶ୍ରମିକରେ ସେ ପିଲାଙ୍କୁ କରୁଛନ୍ତି ଶିକ୍ଷାଦାନ ।

ମାୟାଧର ସାର୍‌ ନିଜ ପାଠପଢା ଶେଷ କରିବା ପରେ ଅଳତୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ସଫଳତାର ସହ ଦୀର୍ଘ 40 ବର୍ଷ ଧରି ଶିକ୍ଷାଦାନ କରି ରାଜ୍ୟପାଳ ପୁରସ୍କାର ମଧ୍ୟ ପାଇଛନ୍ତି । କେବଳ ସେତିକି ନୁହେଁ, ଶତାଧିକ ଗଳ୍ପ,କବିତା ଓ ପ୍ରବନ୍ଧ ରଚନ ମଧ୍ୟ କରିଛନ୍ତି ମାୟାଧର । ତାଙ୍କର ଲେଖା ଓଡିଶାର ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହୋଇଛି । ଏଥିପାଇଁ ତାଙ୍କୁ ବହୁ ସାହିତ୍ୟିକ ଅନୁଷ୍ଠାନ ତରଫରୁ ସମ୍ମାନୀତ ମଧ୍ୟ କରାଯାଇଛି । ବୟସରେ ଅପରାହ୍ନରେ ବି ମାଗଣାରେ ଶିକ୍ଷାଦାନ କରି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଛନ୍ତି ମାୟାଧର ସାର୍ ।

ଆନନ୍ଦପୁରରୁ ସ୍କୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.