ETV Bharat / state

ଦୀର୍ଘ 10 ମାସ ପରେ ଦର୍ଶନ ଦେଲେ ମା' ତାରିଣୀ - maa tarini temple reopen

ଦୀର୍ଘ ଦଶ ମାସ ପରେ ଖୋଲିଲା ଘଟଗାଁ ମାଁ ତାରିଣୀ ମନ୍ଦିର । ନିୟମ ଅନୁଯାୟୀ ସକାଳ 8 ଟାରୁ ମନ୍ଦିର ଦ୍ବାର ଖୋଲା ଯାଇଛି । ଦିନ 8 ଟାରୁ 12 ଟା 30 ଓ ଅପରାହ୍ନ 4.30 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ ।

10 ମାସ ପରେ ଦର୍ଶନ ଦେଲେ ମା' ତାରିଣୀ
10 ମାସ ପରେ ଦର୍ଶନ ଦେଲେ ମା' ତାରିଣୀ
author img

By

Published : Jan 18, 2021, 9:59 AM IST

Updated : Jan 18, 2021, 10:15 AM IST

କେନ୍ଦୁଝର:ଦୀର୍ଘ ଦଶ ମାସ ପରେ ଖୋଲିଲା ଘଟଗାଁ ମାଁ ତାରିଣୀ ମନ୍ଦିର । ନିୟମ ଅନୁଯାୟୀ ସକାଳ 8ଟାରୁ ମନ୍ଦିର ଦ୍ବାର ଖୋଲା ଯାଇଛି । ଦିନ 8 ଟାରୁ 12 ଟା 30 ଓ ଅପରାହ୍ନ 4.30 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ । ପ୍ରଥମେ ଦେହୁରୀଙ୍କ ପରିବାର ଦର୍ଶନ କରିବା ପରେ ସାଧାରଣ ଲୋକ ଦର୍ଶନ କରିବେ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଦୀର୍ଘ 10 ମାସ ପରେ ଦର୍ଶନ ଦେଲେ ମା' ତାରିଣୀ

ଥରକେ 25 ରୁ 30 ଭକ୍ତଙ୍କୁ ମନ୍ଦିର ବେଢା ଭିତରକୁ ପ୍ରବେଶ ଅନୁମତି ରହିଛି । 10 ବର୍ଷରୁ କମ୍‌ ବୟସର ପିଲାଙ୍କୁ ମନ୍ଦିର ପ୍ରବେଶ ଅନୁମତି ନାହିଁ । ପ୍ରସାଦ, ବିକ୍ରି, ଭୋଗ, ଚନ୍ଦନ, ସିନ୍ଦୁର ମନା, କେବଳ ଦର୍ଶନ ଅନୁମତି । ମନ୍ଦିର ଭିତରେ ଦୋକାନ ଗୁଡିକ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ । ମନ୍ଦିର ପରିସରରେ ମାନସିକଧାରୀ ଚୁଳ ସମର୍ପଣ କରିପାରିବେ ନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Jan 18, 2021, 10:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.