ETV Bharat / state

ଡାକ୍ତର ପଦବୀ ପୂରଣ ପାଇଁ ‘ମା ଧନେଇ ସେବା ସଂଘ’ର ଧାରଣା

ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ପାଇଁ ଧାରଣା । ଆଜି ‘‘ମା ଧନେଇ ସେବା ସଂଘ’’ ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ...

author img

By

Published : Jul 9, 2021, 8:21 PM IST

ଡାକ୍ତର ପଦବୀ ପୂରଣ ପାଇଁ ‘ମା ଧନେଇ ସେବା ସଂଘ’ର ଧାରଣା
ଡାକ୍ତର ପଦବୀ ପୂରଣ ପାଇଁ ‘ମା ଧନେଇ ସେବା ସଂଘ’ର ଧାରଣା

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ପାଇଁ ଧାରଣା । ଆଜି ‘‘ମା ଧନେଇ ସେବା ସଂଘ’’ ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଉପଖଣ୍ଡ ଚିକିତ୍ସାଳୟରେ ମୋଟ ୨୦ଟି ଡାକ୍ତର ପଦବୀ ଥିବାବେଳେ ବର୍ତ୍ତମାନ ୧୧ ଜଣ ଡାକ୍ତର ଅଛନ୍ତି । ଏହି ଉପଖଣ୍ଡ ଚିକିତ୍ସାଳୟ ଉପରେ କେବଳ ଆନନ୍ଦପୁରର ଜନସାଧାରଣ ନୁହେଁ ପଡୋଶୀ ମୟୂରଭଞ୍ଜ, ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ଜନସାଧାରଣ ନିର୍ଭର କରିଥାନ୍ତି ।

ଆନନ୍ଦପୁର ଉପଖଣ୍ଡ ଦେଇ ୨୦ ନଂ ଜାତୀୟ ରାଜପଥ ଯାଇଥିବା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟିଥାଏ । ଫଳରେ ଅନେକ ଲୋକ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥାନ୍ତି । ସାମାନ୍ୟ ଆହତଙ୍କୁ ମଧ୍ୟ ସୁଦୂର କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଏ । ସାଧାରଣ ଲୋକଟିଏ ପଇସା ଅଭାବରୁ ଚିକିତ୍ସା ନ ପାଇ ମୃତ୍ୟୁବରଣ କରିଥାଏ । ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା ଲୋକଙ୍କ ବ୍ୟବହାରରେ ଆସୁନାହିଁ ।

ଉପଖଣ୍ଡ ଚିକିତ୍ସାଳୟର ଏହି ସମସ୍ୟା ଆଜିର ନୁହେଁ । ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିବାରୁ ଧନେଇ ସେବା ସଂଘ ପକ୍ଷରୁ ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ଏଠାକାର ଅଧୀକ୍ଷକ ଛୁଟି ଏବଂ ବୈଠକର ବାହାନା ଦେଖାଇ ଅନେକ ସମୟରେ ଚିକିତ୍ସାଳୟରେ ଅନୁପସ୍ଥିତି ରହୁଥିବା ସଂଘର ସଭାପତି ବିଷ୍ଣୁ ପ୍ରସାଦ ବାରିକ ଅଭିଯୋଗ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.