ETV Bharat / state

2 ଦିନ ବନ୍ଦ ରହିବ ମା’ ତାରିଣୀଙ୍କ ଚଇତି ଦର୍ଶନ - ମା’ ତାରିଣୀଙ୍କ ଚଇତି ଦର୍ଶନ

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁର ମା ତାରିଣୀଙ୍କ ଚଇତି ପର୍ବ ସବୁ ବର୍ଷ ପରି ଚଳିତ ବର୍ଷ ପାଳନ କରାଯିବ । କିନ୍ତୁ କୋଭିଡ ଗାଇଡ଼ଲାଇନ ପାଇଁ ଚଇତି ପର୍ବରେ ଭକ୍ତ ଦୁଇ ଦିନ ମା’ଙ୍କ ଦର୍ଶନରୁ ବଞ୍ଚିତ ହେବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

2 ଦିନ ବନ୍ଦ ରହିବ ମା’ ତାରିଣୀଙ୍କ ଚଇତି ଦର୍ଶନ

author img

By

Published : Apr 4, 2021, 7:12 PM IST

Updated : Apr 4, 2021, 7:42 PM IST

କେନ୍ଦୁଝର: ଦୁଇ ଦିନ ବନ୍ଦ ରହିବ ମା ତାରିଣୀଙ୍କ ଚଇତି ଦର୍ଶନ । କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁର ମା ତାରିଣୀଙ୍କ ଚଇତି ପର୍ବ ସବୁ ବର୍ଷ ପରି ଚଳିତ ବର୍ଷ ପାଳନ କରାଯିବ । ଆସନ୍ତା ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ 7 ଦିନ ଧରି ଏହି ପର୍ବ ମନ୍ଦିର ପରିସରରେ ପାଳନ ହେବ । କିନ୍ତୁ କୋଭିଡ ଗାଇଡ଼ଲାଇନ ପାଇଁ ଚଇତି ପର୍ବରେ ଭକ୍ତ ଦୁଇ ଦିନ ମା’ଙ୍କ ଦର୍ଶନରୁ ବଞ୍ଚିତ ହେବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

7 ଦିନ ମଧ୍ୟରେ ୧୩ ଓ ୧୪ ତାରିଖ ( ମଙ୍ଗଳବାର ଓ ବୁଧବାର) ଦୁଇ ଦିନ ସାଧାରଣ ଦର୍ଶନ ବନ୍ଦ ହେବାକୁ ଥିବାବେଳେ ଅନ୍ୟ 5 ଦିନ ସାଧାରଣ ଦର୍ଶନ ଭକ୍ତ କରିପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି ଚଇତି ପର୍ବରେ ଭକ୍ତଙ୍କ ଠାରୁ କୌଣସି ଭୋଗ ଗ୍ରହଣକୁ ବନ୍ଦ କରାଯାଇଥିବା ବେଳେ ମନ୍ଦିର ପରିସରରେ ପଣା ଓ ଅନ୍ନ ଭୋଗ ବିତରଣ ମଧ୍ୟ ବନ୍ଦ କରାଯିବ ।

2 ଦିନ ବନ୍ଦ ରହିବ ମା’ ତାରିଣୀଙ୍କ ଚଇତି ଦର୍ଶନ

ଜିଲ୍ଲା ପ୍ରଶାସନର କୋଭିଡ଼ ଗାଇଡଲାଇନକୁ ମାନି ଏହି ନିୟମ କରାଯାଇଥିଲା ବେଳେ ଜନସମାଗମକୁ ଆଖି ଆଗରେ ରଖି ସାସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରିଛି ଘଟଗାଁ ମନ୍ଦିର ଟ୍ରଷ୍ଟ । ମାଙ୍କ ଦର୍ଶନ ପାଇଁ ସୋସିଆଲ ମିଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଚଳିତ ବର୍ଷ ଏକ ଆପର ଉନ୍ମୋଚନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡିଛି ।

ଏହି ଚଇତି ପର୍ବ ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଯୁଦ୍ଧକାଳୀନ ଭିର୍ତ୍ତିରେ ପ୍ରଚଣ୍ଡ ଖରାକୁ ଦେଖି ସ୍ୱତନ୍ତ୍ର ଟେଣ୍ଟର ମଧ୍ୟ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜଣାପଡିଛି । ଏହି ପର୍ବରେ ଜନସମାଗମକୁ ଦେଖି ସମସ୍ତ ଭକ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ଓ ସାନିଟାଇଜର ବ୍ୟବସ୍ଥା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Apr 4, 2021, 7:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.