ETV Bharat / state

ନକଲି ମାଓବାଦୀ ନାଁରେ ଲକ୍ଷାଧିକ ଟଙ୍କାର ଲୁଟ ଅଭିଯୋଗ

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଲୁଟ ଅଭିଯୋଗ । ମାଓବାଦୀ ନାଁରେ ଧମକ ଦେଇ ଏହି ଟଙ୍କା ଲୁଟ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Nov 8, 2019, 9:15 PM IST

କେନ୍ଦୁଝର: ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ମାଓବାଦୀ ନାଁରେ ଧମକ ଦେଇ ଏହି ଟଙ୍କା ଲୁଟ ହୋଇଛି । ଏଭଳି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମେଡିକାଲ କଲୋନୀରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାନୁସାରେ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫.୩୦ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଲୋନୀର ସୁକାନ୍ତ ମିଶ୍ରଙ୍କ ଘରେ ଲୁଟେରାମାନେ ହଠାତ୍ ପଶିଯାଇଥିଲେ । ଏହା ପରେ ତାଙ୍କ ପରିବାରକୁ ମାଓବାଦୀର ପରିଚୟ ଦେବା ସହ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ସୁକାନ୍ତଙ୍କ ସ୍ତ୍ରୀ ଓ ଝିଅକୁ ବନ୍ଧୁକ ମୁନରେ କାବୁ କରି ଆଲମାରି ଚାବି ମାଗିଥିଲେ । ଏହା ପରେ ଆଲମାରୀ ଖୋଲି ଡକାୟତ ମାନେ ସାତ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସୁନା ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ ।

ଲୁଟେରା ଦଳ ଯିବା ସମୟରେ ସୁକାନ୍ତଙ୍କ ପରିବାର ଲୋକଙ୍କ ହାତ ଗୋଡ ବାନ୍ଧିଦେବା ସହ ବାହାରୁ ତାଲା ପକାଇ ଦେଇଥିଲେ । କୌଶଳ କ୍ରମେ ସୁକାନ୍ତ ଘରୁ ବାହାରି ମେଡିକାଲରେ ଥିବା ଫାଣ୍ଡିରେ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ଏସପି, ଡିଏସପି ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ଭେରି ସିଭିୟର ସାଇକ୍ଲୋନିକର ରୂପ ନେଇଛି ବାତ୍ୟା ବୁଲବୁଲ।୯ ତାରିଖ ମଧ୍ୟରାତ୍ରିରେ ସୁନ୍ଦରବନ ରେ ସ୍ଥଳ ଭାଗ ଛୁଇଁବ।୯ତାରିଖ ରାତି ୧୨ ଟା ରୁ ଭୋର ୪ଟା ଭିତରେ ପଶ୍ଚିମବଙ୍ଗ ଏବଂ ବଙ୍ଗଳାଦେଶ ଖେପପୁରା ମଧ୍ୟରେ ସୁନ୍ଦରବନ ରେ ସ୍ଥଳ ଭାଗ ଛୁଇଁବ ସାମୁଦ୍ରିକ ଝଡ ବୁଲବୁଲ।ଏହା ପାରାଦ୍ୱୀପ ଠାରୁ ଦକ୍ଷିଣ ପୂର୍ବ ୩୬୦ କିମି ଦୂରରେ ରହିଛି।ଏହାର ପ୍ରଭାବରେ ୮ ତାରିଖ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହେବ।ଉପକୂଳ ଜିଲ୍ଲା ଗୁଡିକରେ ୮ ତାରିଖ ରାତିରୁ ପ୍ରବଳ ବର୍ଷା ହେବ।୯ ତାରିଖ ରାତିରୁ କେନ୍ଦ୍ରାପଡା, ଜଗତସିଂହପୁର ,ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।ଭୁବନେଶ୍ୱର ,ପୁରୀ,ଖୋର୍ଦ୍ଧା ,କଟକ,ଯାଜପୁର ଏବଂ ମୟୁରଭଞ୍ଜ ରେ ପ୍ରବଳ ବର୍ଷା ହେବା ସହ ୭୦ ରୁ ୮୦ କିମି ବେଗରେ ପବନ ବହିବ।୧୦ ତାରିଖରେ ପ୍ରାୟତଃ ପାଗରେ ପରିବର୍ତ୍ତନ ଆସିବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ହବିବୁର ରହମାନ ବିଶ୍ୱାସ କହିଛନ୍ତି।ସମୁଦ୍ର ଭିତରକୁ ନଯିବା ଲାଗି ମତ୍ସ୍ୟଜୀବୀ ମାନଙ୍କୁ ଯିବାକୁ ବାରଣ କରାଯାଇଛି।ରାଜ୍ୟର ସମସ୍ତ ପୋର୍ଟ ରେ ୩ ନଂ ବିପଦ ସଂକେତ ଦିଆଯାଇଛି।ଚାଷୀମାନେ ସତର୍କ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି।

Body:ସୁନ୍ଦରବନ ସ୍ଥଳ ଭାଗ ଛୁଇଁବ ବୁଲବୁଲ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.