ETV Bharat / state

ଗୋଚାଲାଣ ବେଳେ ଟୋଲଗେଟରେ ଅଟକାଇଲା ବଜରଙ୍ଗୀ ଦଳ, 50 ଗାଈ ଉଦ୍ଧାର - କେନ୍ଦୁଝରରୁ 50 ଗାଈ ଉଦ୍ଧାର

କେନ୍ଦୁଝର ଜିଲ୍ଲା ହସନପୁର ଟୋଲ ନିକଟରେ ଗୋଚାଲାଣ କରାଯାଉଥିବା ଗାଡିକୁ ସ୍ଥାନୀୟ ବଜରଙ୍ଗୀ ଦଳ ଉଦ୍ଧାର କରି ପୋଲିସ ଜିମାରେ ଦେଇଛି । ଅଧିକ ପଢନ୍ତୁ...

Local team rescued 50 cows during cow smuggling in Keonjhar
50 ଗୋଚାଲାଣ କରୁଥିବା ଟ୍ରକ୍‌କୁ ଜବତ କଲା ସ୍ଥାନୀୟ ଦଳ
author img

By

Published : Dec 1, 2020, 3:09 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ହସନପୁର ଟୋଲ ନିକଟରୁ ଗୋରୁ ଚାଲାଣ ହେଉଥିବା 14 ଚକିଆ ଗାଡିକୁ ସ୍ଥାନୀୟ ବଜରଙ୍ଗୀ ଦଳ ଜବତ କରିଛି । ଏହି ମାମଲାରେ 2 ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି ।

50 ଗୋଚାଲାଣ କରୁଥିବା ଟ୍ରକ୍‌କୁ ଜବତ କଲା ସ୍ଥାନୀୟ ଦଳ

ଜିଲ୍ଲାରେ ବାରମ୍ବାର ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ଏକ ଗାଈ ଚାଲାଣ କରାଯାଉଥିବା 14 ଚକିଆ ଟ୍ରକ୍‌ ଜବତ ହୋଇଛି । ତେବେ ସ୍ଥାନୀୟ ବଜରଙ୍ଗୀ ଦଳର ଯୁବକମାନେ ଏହି ଗାଡିକୁ ଜବତ କରିବା ସହ ପୋଲିସ ଜିମାରେ ଦେଇଥିଲେ । ଘଟଣା ସଂପର୍କରେ ଖବର ପାଇ ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ 50ଟି ଗାଈଙ୍କୁ ଉଦ୍ଧାର କରିଛି ।

ଏହି ମାମଲାରେ ପୋଲିସ 2 ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ତେବେ ୨୦ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ବେଧଡକ ଭାବେ ଗୋ ଚାଲାଣ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେବାକୁ ବଜରଙ୍ଗ ଦଳ ପକ୍ଷରୁ ଦାବି ହୋଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.