ETV Bharat / state

ନବମ ଶ୍ରେଣୀ ଛାତ୍ରଙ୍କ ‘ସୋଲାର ସାଇକେଲ’, ଘଣ୍ଟାପ୍ରତି ଗଡୁଛି 30 କିଲୋମିଟର

କୁନି ବୈଜ୍ଞାନିକଙ୍କ ଚମତ୍କାର । ପାଣି, ପବନ ଓ ବ୍ୟାଟେରୀକୁ ବ୍ୟବହାର କରି ନିର୍ମାଣ କଲେ ସୋଲାର ସାଇକେଲ । 60 କିଲୋଗ୍ରାମ ଓଜନ ଟାଣିବା ସହ ଘଣ୍ଟାପ୍ରତି 30 କିଲୋମିଟର ଯିବ ସୋଲାର ସାଇକେଲ । ଜାଣନ୍ତୁ ଏ ବିଷୟରେ...

ଡିଜାଇନ ଫଟୋ
author img

By

Published : Nov 25, 2019, 10:25 PM IST

ଆନନ୍ଦପୁର: ତୁଳସୀ ଦୁଇ ପତ୍ରରୁ ବାସେ, ଉକ୍ତିଟିକୁ ସମସ୍ତେ ଜାଣିଥିଲେ ମଧ୍ୟ ସାର୍ଥକ କରି ଦେଖାନ୍ତି ଅଳ୍ପ କିଛି । ତୃତୀୟ ଶ୍ରେଣୀରୁ ଡିଜେ ଗାଡି ନିର୍ମାଣ କରି ପ୍ରଶଂସା ସାଉଁଟିଥିଲେ ଓ ବର୍ତ୍ତମାନ ସୌରଶକ୍ତିରେ ଚାଲୁଥିବା ସାଇକେଲ ନିର୍ମାଣ କରି ଜିଲ୍ଲାର ଗର୍ବ ସାଜିଛନ୍ତି ନବମ ଶ୍ରେଣୀ ଛାତ୍ର ବିଶ୍ବବନ୍ଧୁ ।

ସୋଲାର ସାଇକେଲ

ପାଣି, ପବନ, ସୌରଶକ୍ତି ଓ ବ୍ୟାଟେରୀ ସଂଯୋଗରେ ନିର୍ମାଣ ହୋଇଛି ସାଇକେଲ । ଏପରି ଅଭିନବ ସାଇକେଲ ନିର୍ମାଣ କରିଛନ୍ତି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ତରିମୂଳ ଗାଁର କୁନି ବୈଜ୍ଞାନିକ ବିଶ୍ବବନ୍ଧୁ ଓଝା । ପାଣି ଟର୍ବାଇନ୍ ଯୋଗେ 12 ଭୋଲ୍ଟ, ସୋଲାର ପ୍ୟାନେଲରୁ 6 ଭୋଲ୍ଟ ଓ 2ଟି ଫ୍ୟାନରୁ 6 ଭୋଲ୍ଟ ଚାର୍ଜ ମିଳିଥାଏ । ସମୁଦାୟ 24 ଭୋଲ୍ଟ ଚାର୍ଜରେ ସାଇକେଲ ଗତିଶୀଳ ହୋଇଥାଏ । ପାଖାପାଖି 60 କିଲୋଗ୍ରାମ ଓଜନ ବହନ କରି ଘଣ୍ଟା ପ୍ରତି 30କିଲୋମିଟର ଏହା ଗତି କରିପାରିବ ।

ଶିକ୍ଷକ ହାଡିବନ୍ଧୁ ଓଝା ଓ ମା’ ବବିତାଙ୍କ ଏକମାତ୍ର ସନ୍ତାନ ବିଶ୍ବବନ୍ଧୁ । ଗତବର୍ଷ ପାଣି ଉପରେ ବ୍ୟାଟେରୀ ଚାଳିତ ଛୋଟ କାର୍ ନିର୍ମାଣ କରି ଜିଲ୍ଲାରେ ପ୍ରଂଶସା ସାଉଣ୍ଟିଥିଲେ ସେ । ଆଗକୁ ରୋବର୍ଟ ନିର୍ମାଣ ଲକ୍ଷ୍ୟ ରଖିଥିବା ବିଶ୍ବବନ୍ଧୁ ଜଣେ ସଫଳ ବୈଜ୍ଞାନିକ ହୁଅନ୍ତୁ ବୋଲି ସମସ୍ତଙ୍କ ଆଶା ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.