ଆନନ୍ଦପୁର: ବଜ୍ରାଘାତରେ ଚାଲିଗଲା 2 ଚାଷୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡଅଁର ପଞ୍ଚାୟତର ଘଟିଛି ଏହି ଅଘଟଣ । ମୃତ ଚାଷୀ 2 ଜଣ ହେଲେ ଡଅଁର ଗାଁର ନିରାକାର ମଲ୍ଲିକ ଓ ଚଷାଖଣ୍ଡ ଗାଁ ନାରାୟଣ ବାରିକ ।
ସୂଚନାନୁସାରେ, ନିରାକାର ମଲ୍ଲିକ ବିଲକୁ ସାର ପକାଇବାକୁ ଯାଇଥିବା ବେଳେ ହଠାତ୍ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ନାରାୟଣ ବାରିକ ଜମିରେ ତଳି ରୁଆ କରୁଥିବା ବେଳେ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ