ETV Bharat / state

Tiger Census: ରାଜ୍ୟରେ ଚାଲିଛି ବାଘ ଗଣନା, ମହାବଳ ସହ କଲରାପତରିଆ ବାଘ ଠାବ - କେନ୍ଦୁଝରରେ କଲରାପତରିଆ ବାଘ ଠାବ

ପ୍ରଥମ ଥର ପାଇଁ ନିଜସ୍ବ ଉଦ୍ୟମରେ ବାଘ ଗଣନା କରୁଛନ୍ତି ରାଜ୍ୟ ସରକାର । କେନ୍ଦୁଝର ବନଖଣ୍ଡରେ ଚାଲିଛି ବାଘଗଣନା । ଏକ ମହାବଳ ସହ କଲରାପତରିଆ ବାଘ ଠାବ ହୋଇଛି । ଅଧିକ ପଢ଼ନ୍ତୁ

Tiger Census
Tiger Census
author img

By ETV Bharat Odisha Team

Published : Nov 8, 2023, 8:48 PM IST

Tiger Census

କେନ୍ଦୁଝର: ରାଜ୍ୟରେ ଆରମ୍ଭ ହୋଇଛି ବାଘ ଗଣନା । ପ୍ରଥମ ଥର ପାଇଁ ନିଜସ୍ବ ଉଦ୍ୟମରେ ବାଘ ଗଣନା କରୁଛନ୍ତି ରାଜ୍ୟ ସରକାର । ଏନେଇ କେନ୍ଦୁଝର ବନଖଣ୍ଡରେ ବାଘ ଗଣନା ସମୟରେ ଏକ ମହାବଳ ଓ ଏକ କଲରାପତରିଆ ବାଘ ଠାବ ହୋଇଛି । ଟ୍ରାପ କ୍ୟାମେରା ସହ ପାଦ ଚିହ୍ନ ଦ୍ୱାରା ଠାବ ହୋଇଥିବା ସୂଚନା ଦେଇଛି ବନ ବିଭାଗ । ବନ ବିଭାଗ ଦ୍ବାରା ପ୍ରଥମ ପର୍ଯ୍ୟାୟରେ ସାଇନ ସର୍ଭେ କରାଯାଇଥିବା ବେଳେ ଗତ ନଭେମ୍ବର ୧ ତାରିଖରୁ ସାଇନ ସର୍ଭେ ସହ ଆରମ୍ଭ ହୋଇଛି କ୍ୟାମେରା ଟ୍ରାପ ସର୍ଭେ । ତେବେ ଏହି ବାଘ ଗଣନା ଆସନ୍ତା ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜର ୧୦୨ଟି ବିଟ୍ ଅଞ୍ଚଳରେ ମୋଟ ୧୦୨ ଟି ଟିମ୍ ଦ୍ବାରା ବାଘ ଗଣନା କାର୍ଯ୍ୟ ଚାଲିଛି । ମୁଖ୍ୟତଃ କେନ୍ଦୁଝର ଜିଲ୍ଲାର ଅଟେଇ, କଳାପାଟ, ଚମକପୁର ଓ ଜଙ୍ଘିରା ଅଞ୍ଚଳରେ ୯୮ଟି ଟ୍ରାପ କ୍ୟାମେରା ଖଞ୍ଜା ଯାଇଛି । ଏଥିରେ ଜିଲ୍ଲାର ସମସ୍ତ ସ୍କ୍ବାର୍ଡ, ଗାର୍ଡ ଓ ଫରେଷ୍ଟରମାନେ ସାମିଲ ହୋଇଛନ୍ତି । କିପରି ସୁରୁଖୁରୁରେ ବାଘର ପାଦକୁ ଚିହ୍ନି ପାରିବେ ତାକୁ ନିଜେ ଡିଏଫଓ ତଦାରଖ କରୁଛନ୍ତି । ବାଘ ଯାତାୟତ କରୁଥିବା ସ୍ଥାନରେ ବାଘର ପାଦଚିହ୍ନ ଜାଣିବା ପାଇଁ ୧୮୯୬ ଟି ପିଆଇପି ସ୍ଥାପନ କରାଯାଇଛି । ଜଙ୍ଗଲ ଭିତରେ ୬ମିଟର ଲମ୍ବ ଓ ୩ ମିଟର ଓସାରର ସୂକ୍ଷ୍ମ ବାଲିରେ ପିଆଇପି ପ୍ରସ୍ତୁତ କରାଯାଇଛି । ଫଳରେ ଏହି ସ୍ଥାନରୁ ବାଘର ପାଦଚିହ୍ନ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ....Tiger census: ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ

ତେବେ ପ୍ରଥମ ସୋପାନ ସାଇନ୍ସ ସର୍ଭେରେ ବାଘର ପାଦଚିହ୍ନ ସହ ଲୋମ ଆଦି ସଂଗ୍ରହ କରାଯାଇଛି । ପରେ ଦ୍ବିତୀୟ ସୋପାନରେ ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଠାବ ହେବା ପରେ ଏଠାରେ ୪୮ ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି ଓ ଆଗାମୀ ଦିନରେ ଆହୁରି ୬୪ ଟି କ୍ୟାମେରା ଲଗାଯିବ ବୋଲି ଘଟଗାଁ ରେଞ୍ଜର ପ୍ରକାଶ କରିଛନ୍ତି । ଏଥିସହ ବର୍ତ୍ତମାନ ଯାଏ ଦୁଇଟି ବାଘ ଥିବା ଜଣା ପଡିଛି ଓ ଟ୍ରାପ୍ କ୍ୟାମେରାରେ ଦ୍ବିତୀୟ ପର୍ଯ୍ୟାୟ ଗଣନା ଶେଷ ହେବାପରେ ଆସନ୍ତା ଜାନୁଆରୀ ୩୧ ତାରିଖରେ ଜିଲ୍ଲାରେ କେତେ ସଂଖ୍ୟାରେ ବାଘ ଅଛନ୍ତି, ସେବିଷୟରେ ସ୍ପଷ୍ଟ ସୂଚନା ମିଳିବ ବୋଲି ବନ ବିଭାଗର ଏସିଏଫ ପ୍ରକାଶ କରିଛନ୍ତି । ଏହା ମଧ୍ୟରେ କେନ୍ଦୁଝର ବନଖଣ୍ଡ ଅଧିନରେ ଥିବା ସଂରକ୍ଷିତ ଜଙ୍ଗଲରେ ବାଘର ପାଦଚିହ୍ନ, ଫଟୋ ସହ ବିଭିନ୍ନ ପ୍ରଜାତିର ବନ୍ୟ ଜନ୍ତୁ ସାଇନ ସର୍ଭେ ଓ କ୍ୟାମେରା ଟ୍ରାପରୁ ଜଣାପଡ଼ିଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.