ETV Bharat / state

ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ ଉଦ୍ଦେଶ୍ୟରେ ମାଣ୍ଡିଆ ରଥର ଶୁଭାରମ୍ଭ

କେନ୍ଦୁଝର ଜିଲ୍ଲାର ବାଂଶପାଳ, ଯୋଡ଼ା, ଚମ୍ପୁଆ ଓ ହାଟଡ଼ିହି ଆଦି ୭ଟି ବ୍ଲକର ଚାରି ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହି ଉପଲକ୍ଷେ ଉକ୍ତ ୭ ଟି ବ୍ଲକରେ ଚାଷୀଙ୍କୁ ଚାଷ ପାଇଁ ଆଗ୍ରହୀ କରିବାକୁ ସଚେତନତା ରଥ ପରିକ୍ରମା କରିବ । ଅଧିକ ପଡନ୍ତୁ...

author img

By

Published : Jul 23, 2021, 8:39 AM IST

ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ମାଣ୍ଡିଆ ରଥର ଶୁଭାରମ୍ଭ

କେନ୍ଦୁଝର: ମାଣ୍ଡିଆ ଚାଷ ନିମନ୍ତେ ଜିଲ୍ଲାର ଚାଷୀଙ୍କୁ ସଚେତନ କରିବା ପାଇଁ ମାଣ୍ଡିଆ ରଥର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାର ବାଂଶପାଳ, ଯୋଡ଼ା, ଚମ୍ପୁଆ ଓ ହାଟଡ଼ିହି ଆଦି ୭ଟି ବ୍ଲକର ଚାରି ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏହି ଉପଲକ୍ଷେ ଉକ୍ତ ୭ଟି ବ୍ଲକରେ ଚାଷୀଙ୍କୁ ଚାଷ ପାଇଁ ଆଗ୍ରହୀ କରିବାକୁ ସଚେତନତା ରଥ ପରିକ୍ରମା କରିବ ।

ବିଶେଷ କରି ଖଣି ପ୍ରଭାବିତ ୪ଟି ବ୍ଲକର ବିଭିନ୍ନ ଗାଁକୁ ଯାଇ ଏହି ମାଣ୍ଡିଆ ଚାଷ ସମ୍ବନ୍ଧରେ ସଚେତନତା କରାଯିବ ବୋଲି ଜଣା ପଡିଛି। ମାଣ୍ଡିଆ ଚାଷକୁ ଶ୍ରୀ ପ୍ରଣାଳୀ ଓ ଧାଡି ପ୍ରଣାଳୀରେ ଚାଷ କରିବା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ଏହି ରଥର ଶୁଭାରମ୍ଭ ଅବସରରେ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ସଚେତନତା ରଥ ଚାଷୀଙ୍କୁ ମାଣ୍ଡିଆ ଚାଷ ପାଇଁ ଆଗ୍ରହୀ କରିବାରେ ସହାୟକ ହେବ ବୋଲି କୃଷି ଅଧିକାରୀ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.