ETV Bharat / state

ଜମିବାଡ଼ି ବିବାଦକୁ ନେଇ ଆକ୍ରମଣ, ଗୋଟିଏ ପରିବାରର 4 ଗୁରୁତର

ଆନନ୍ଦପୁରରେ ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାରକୁ ଆକ୍ରମଣ କରାଯାଇଛି । 2 ମହିଳାଙ୍କ ସମେତ ପରିବାରର 4ଜଣ ଗୁରୁତର ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 29, 2019, 3:23 AM IST

land dispute mishap at Anandpur
ଜମିବାଡ଼ି ବିବାଦକୁ ନେଇ ଆକ୍ରମଣ

ଆନନ୍ଦପୁର: ଘଷିପୁରା ଥାନା ଅମାରଙ୍ଗ ଗାଁରେ ଜମିବାଡି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି । ଆକ୍ରମଣରେ ପରିବାରର 4ଜଣ ସଦସ୍ୟ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସେଥମଧ୍ୟରୁ ଦୁଇଜଣ ମହିଳା ରହିଛନ୍ତି । ତେବେ ଆହତ ସମସ୍ତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଥିବା 4ଜଣଙ୍କ ନାମ ରାଜେନ୍ଦ୍ର ନାଇକ, ଅଜୟ ନାଇକ, ଶକୁନ୍ତଳା ନାଇକ ଓ ସୁମତୀ ନାଇକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଆନନ୍ଦପୁର

ରାଜେନ୍ଦ୍ରଙ୍କ ଏକ ଜମିକୁ ପଡୋଶୀ ବଂଶୀ ନାଇକ ଓ ତାଙ୍କ ଚାରି ପୁଅ ଜବରଦଖଲ କରି ରଖିଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ବରୁ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ସମ୍ପୃକ୍ତ ଜମିରେ ବଂଶୀଧରଙ୍କ ପରିବାର ଘର କରିବାକୁ ଉଦ୍ୟମ କରିବା ବେଳେ ରାଜେନ୍ଦ୍ରଙ୍କ ପରିବାର ତାକୁ ବିରୋଧ କରିଥିଲେ । ପରେ ବଂଶୀଧର ଓ ତାଙ୍କ ଚାରି ପୁଅ ମିଳିତ ଭାବେ ରାଜେନ୍ଦ୍ରଙ୍କ ପରିବାର ଲୋକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର- ଘଷିପୁରା ଥାନା ଅମାରଙ୍ଗ ଗାଁ ରେ ଜମିବାଡି ବିବାଦ କୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଛି| ଆକ୍ରମଣ ଫଳରେ ଦୁଇଜଣ ପୁରୁଷ ଗୁରୁତର ହୋଇଥିବା ବେଳେ ଦୁଇ ମହିଳା ଆହତ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି| ଗୁରୁତର ଙ୍କ ମଧ୍ୟରେ ରାଜେନ୍ଦ୍ର ନାଇକ ଓ ଅଜୟ ନାଇକ ଓ ଆହତ ଙ୍କ ମଧ୍ୟରେ ଶକୁନ୍ତଳା ନାଇକ ଓ ସୁମତି ନାଇକ | ରାଜେନ୍ଦ୍ର ଙ୍କ ଏକ ଜମିକୁ ବଂଶୀ ନାଇକ ଓ ତାଙ୍କ ଚାରି ପୁଅ ଜବରଦଖଲ କରି ରଖିଥିବା ଅଭିଯୋଗ ହୋଇଛି| ଏନେଇ ପୂର୍ବରୁ ଥାନାରେ ମଧ୍ୟ ମାମଲା ରହିଥିଲା| ସମ୍ପୃକ୍ତ ଜମିରେ ବଂଶୀଧର ଙ୍କ ପରିବାର ଘର କରିବାକୁ ଉଦ୍ୟମ କରିବା ବେଳେ ରାଜେନ୍ଦ୍ର ଙ୍କ ପରିବାର ତାକୁ ବିରୋଧ କରିଥିଲେ| ଏହି ସମୟରେ ବଂଶୀଧର ଓ ତାଙ୍କ ଚାରି ପୁଅ ମିଳିତ ଭାବେ ରାଜେନ୍ଦ୍ର ଙ୍କ ପରିବାର ଲୋକଙ୍କୁ ମାରଣାସ୍ତ୍ର ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.