ETV Bharat / state

କର୍ତ୍ତବ୍ୟ ଆଗରେ ବିବାହକୁ ତୁଚ୍ଛ ମଣିଛନ୍ତି ମହିଳା କନେଷ୍ଟବଳ - lady constable dont married because of pandamic

ବିବାହ ଠିକ ହୋଇ କାର୍ଡ ବଣ୍ଟା ସରିଥିଲେ ମଧ୍ୟ ବିବାହ କରିନାହାନ୍ତି କେନ୍ଦୁଝର ଆନନ୍ଦପୁରର ମହିଳା କନଷ୍ଟେବଳ ଲୀଳାବତୀ ନାଏକ । ଏହି ଘଡିସନ୍ଧି ମୂହୂର୍ତ୍ତରେ ଲୋକଙ୍କ ସେବା କରୁଛନ୍ତି । ଦେଖନ୍ତୁ ଏହି ରିପୋର୍ଟ...

କର୍ତ୍ତବ୍ୟ ଆଗରେ ବିବାହକୁ ତୁଚ୍ଛ ମଣିଛନ୍ତି ମହିଳା କନେଷ୍ଟବଳ

author img

By

Published : Apr 26, 2020, 3:27 PM IST

ଆନନ୍ଦପୁର: କର୍ତ୍ତବ୍ୟ ଆଗ, ବିବାହ ପଛ । କର୍ତ୍ତବ୍ୟ ଆଗରେ ବିବାହକୁ ତୁଚ୍ଛ ମଣିଛନ୍ତି ଜଣେ ମହିଳା କନେଷ୍ଟବଳ । ଲକଡାଉନ୍ ସମୟରେ ବିବାହ କଥା ଭୂଲି ଘର ଠାରୁ ୧୦୦ କିଲୋମିଟର ଦୂରରେ ରହି ଦିନରାତି କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ସେ ହେଉଛନ୍ତି କେନ୍ଦୁଝରର ଲୀଳାବତୀ ନାଏକ ।

କର୍ତ୍ତବ୍ୟ ଆଗରେ ବିବାହକୁ ତୁଚ୍ଛ ମଣିଛନ୍ତି ମହିଳା କନେଷ୍ଟବଳ

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ବସନ୍ତିଆ ଛକ । ୫୩ ନମ୍ବର ଜାତୀୟ ରାଜପଥରେ ଏବେ ଜୋରସୋରରେ ଚାଲିଛି ପୋଲିସର ନାକାବନ୍ଦୀ । ପଡୋଶୀ ଭଦ୍ରକରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ଯୋଗୁଁ ଏଠାରେ ପୋଲିସ ଦିନରାତି ପହରା ଦେଉଛନ୍ତି । ଯେଉଁଥିରେ ସାମିଲ ହୋଇଛନ୍ତି ମହିଳା କନେଷ୍ଟବଳ ଲୀଳାବତୀ ନାଏକ । ଅତି ଆବଶ୍ୟକ ନହେଲେ, କାହାରିକୁ ସୀମା ଅତିକ୍ରମ କରିବାକୁ ଦେଉ ନାହାଁନ୍ତି ।

ନିଜ ବିବାହକୁ ପଛରେ ପକାଇ ସେ ଏଠାରେ କଡା ପହରା ଦେଉଛନ୍ତି । ୨୦୧୦ ମସିହାରୁ ଓଡିଶା ପୋଲିସ ସଶସ୍ତ୍ର ବାହିନୀରେ ଭର୍ତ୍ତି ହେବା ପରେ ଲୀଳାବତୀ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । କେନ୍ଦୁଝର ସହର ଆଖପାଖରେ କାର୍ଯ୍ୟରତ ଲୀଳାବତୀଙ୍କର ବିବାହ ତାରିଖ ଧାର୍ଯ୍ୟ ହୋଇ ସାରିଥିଲା । ବନ୍ଧୁବାନ୍ଧବଙ୍କ ମଧ୍ୟରେ ନିମନ୍ତ୍ରଣ ପତ୍ର ବଣ୍ଟା ମଧ୍ୟ ସରିଥିଲା । ହେଲେ, ଲକଡାଉନ ଯୋଗୁଁ ୧୦୦ କିଲୋମିଟର ଦୂର ନନ୍ଦିପଦା ଥାନାରେ ସେ କର୍ତ୍ତବ୍ୟଭାର ଗ୍ରହଣ କଲେ । ନିଜ ବିବାହକୁ ତୁଚ୍ଛ କରି ସେବେ ଠାରୁ ସେ ସୂଚାରୁ ରୂପେ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଲୀଳାବତୀଙ୍କ ଏପରି କାର୍ଯ୍ୟକୁ ନେଇ ସମସ୍ତେ ଗର୍ବ ଅନୁଭବ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.