ETV Bharat / state

ଶ୍ରମିକ ମାରଣ ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ - କେନ୍ଦୁଝର

କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାର ବିଭିନ୍ନ ବାମପନ୍ଥୀ ଶ୍ରମିକ ସଙ୍ଗଠନ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, କେନ୍ଦୁଝର
author img

By

Published : Aug 2, 2019, 5:48 PM IST

କେନ୍ଦୁଝର: କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତିକୁ ବିରୁଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲାର ବିଭିନ୍ନ ବାମପନ୍ଥୀ ଶ୍ରମିକ ସଙ୍ଗଠନ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସ୍ଥାନୀୟ କାଳୀ ପଡିଆରୁ ଶତାଧିକ କର୍ମକର୍ତ୍ତା ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କେନ୍ଦୁଝର

ବିଜେପି ନେତୃତ୍ବରେ କେନ୍ଦ୍ର ସରକାର ଦିନକୁ ଦିନ ପୁଞ୍ଜିପତିଙ୍କ ଅଧୀନକୁ ଚାଲିଯାଉଛି । ଆଉ ଶ୍ରମିକମାନେ କିପରି ନିଜ ଜୀବନ ଜୀବିକା ହରାଇବେ ସେ ନେଇ ଶ୍ରମ ଆଇନରେ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ କରିଛି ଶ୍ରମିକ ସଙ୍ଗଠନ । ଯଦି ଆଗାମୀ ଦିନରେ ଶ୍ରମ ଆଇନକୁ ପରିବର୍ତ୍ତନ କରି ଶ୍ରମିକମାନଙ୍କୁ ରାଜରାସ୍ତାକୁ ଅଣାଯାଏ, ତାହାଲେ ଆଗାମୀ ଦିନରେ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରାଯିବା ବୋଲି ବାମପନ୍ଥୀ ଶ୍ରମିକ ସଙ୍ଗଠନ କହିଛି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Body: ବିଜେପି ନେତୃତ୍ଵରେ କେନ୍ଦ୍ର ସରକାର ଦିନକୁ ଦିନ ପୁଞ୍ଜିପତି ମାନଙ୍କ ଅଧୀନକୁ ଚାଲି ଯାଉଛି । ଶ୍ରମିକ ମାନେ କିପରି ସେମାନଙ୍କ ଜୀବନ ଜୀବିକା ହରାଇବେ ସେ ନେଇ ଶ୍ରମ ଆଇନ ରେ ପରିବର୍ତ୍ତନ କରୁଛନ୍ତି । ଶ୍ରମ ଆଇନ କୁ ପରିବର୍ତ୍ତନ କରି ଶ୍ରମିକ ମାନଙ୍କୁ ରାଜ ରାସ୍ତା କୁ ଆଣିଲେ ତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ ବୋଲି କହିଛି ବାମପନ୍ଥୀ ଶ୍ରମିକ ସଂଗଠନ । କେନ୍ଦ୍ର ସରକାର ୱେଜ କୋଡ଼ ବିଲ2019 ଓ ଆକୁପେଶନଲ ହେଲଥ ସେଫ୍ଟ ୱକିଙ୍ଗ କାଣ୍ଡିସନଲ ବିଲ 2019 ଲୋକସଭାରେ ଆଗତ କରିଛନ୍ତି । ଏହି ବିଲ ପାସ ହେଲେ ଶ୍ରମିକ ମାନେ ସେମାନଙ୍କ ହକ ହରାଇବା ସହ ପୁଞ୍ଜିପତି ଙ୍କ ସ୍ୱାର୍ଥରକ୍ଷା ହେବ । ଏହା ବିଲ କୁ ବିରୁଦ୍ଧ କରି ବିଭିନ୍ନ ବାମପନ୍ଥୀ ଶ୍ରମିକ ସଂଗଠନ ମାନେ କେନ୍ଦୁଝର ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍ଥାନୀୟ କାଳୀ ପଡିଆ ରୁ ଶତାଧିକ କର୍ମକର୍ତ୍ତା ଏକ ବିରାଟ ଶୋଭାଯାତ୍ରାରେ ଜିଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ବାଇଟ-୧-ରାମକୃଷ୍ଣ ପଣ୍ଡା( ରାଜ୍ୟ ସାଧାରଣ ସମ୍ପାଦକ,ଏଆଇଟିଉସି)
ବାଇଟ-୨-ମହେଶ୍ୱର ରାଉତ( ଜିଲ୍ଲା ସାଧାରଣ ସମ୍ପାଦକ,ଏଆଇଟିଉସି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.