ETV Bharat / state

ଅଶାନ୍ତ ରୁଙ୍ଗଟା ଜଜାଙ୍ଗ ଖଣି, ବକେୟା ଦରମା ଦାବିରେ ଶ୍ରମିକଙ୍କ ଆନ୍ଦୋଳନ - salary

ରୁଙ୍ଗଟା ଖଣିର ଦେଖାଦେଇ ଶ୍ରମିକ ଆନ୍ଦୋଳନ । ବକେୟା ରହିଥିବା ଦରମା ଦାବି କରି ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : May 28, 2019, 5:00 PM IST

କେନ୍ଦୁଝର: ବକେୟା ଦରମା ଦାବି କରି ଖଣିର ସମସ୍ତ ଶ୍ରମିକଙ୍କ ଆନ୍ଦୋଳନ । କେନ୍ଦୁଝର ବ୍ଲକ ଅନ୍ତର୍ଗତ ଜଜାଙ୍ଗ ଅଞ୍ଚଳରେ ଅବସ୍ଥିତ ରୁଙ୍ଗଟା ଖଣିର ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶ୍ରମିକ ଆନ୍ଦୋଳନ ଫଳରେ ଖଣିକାର୍ଯ୍ୟ ପ୍ରଭାବିତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଖଣିଜ ଉତ୍ତୋଳନ ଏବଂ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଶହଶହ ଶ୍ରମିକ, ଖଣିର ୨ନଂ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ଧାରଣାରତ ଶ୍ରମିକ । ଶ୍ରମିକଙ୍କ ଅଭିଯୋଗ ହେଉଛି ଯେ, ସେମାନେ ମୋଟ୍ ୩୮ ମାସର ବର୍ଦ୍ଧିତ ଦରମା ରାଶି ପାଇବାକୁ ଥିବା ବେଳେ, କମ୍ପାନୀ କର୍ତ୍ତୃପକ୍ଷ ମାତ୍ର ୧୧ ମାସର ବର୍ଦ୍ଧିତ ରାଶି ଦେବାକୁ ରାଜି ହୋଇଛନ୍ତି ।

ତେବେ ୩୮ ମାସର ସମ୍ପୂର୍ଣ୍ଣ ବର୍ଦ୍ଧିତ ଦରମା ରାଶି ନମିଳିବା ଯାଏଁ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ବାରମ୍ବାର ଶ୍ରମିକ ୟୁନିୟନ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ହେଁ, ଶ୍ରମିକ ୟୁନିଅନ୍ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କର କଥା ଶୁଣୁ ନାହାଁନ୍ତି । ଏମିତିରେ ବାଧ୍ୟ ହୋଇ ସେମାନେ ଆନ୍ଦୋଳନର ପନ୍ଥା ଆପଣାଇଥିବା କହିଛନ୍ତି । ତେବେ ଶ୍ରମିକଙ୍କ ଅଭିଯୋଗ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ଏବଂ ଶ୍ରମିକ ୟୁନିଅନର ମତାମତ ନେବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Visual on WhatsApp

ସ୍ଲଗ-ରୁଙ୍ଗଟା ଜଜାଙ୍ଗ ଖଣିରେ ଶ୍ରମିକ ଆନ୍ଦୋଳନ, ବକେୟା ଦରମା ଦାବି 
ଆଙ୍କର- ବକେୟା ଦରମା ଦାବିରେ ଖଣିର ସମସ୍ତ ଶ୍ରମିକ ଯୋଡ଼ା ବ୍ଲକ ଅନ୍ତର୍ଗତ ଜଂଜାଙ୍ଗ ଅଞ୍ଚଳରେ ଅବସ୍ଥିତ ରୁଙ୍ଗଟା ଖଣିର ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଶ୍ରମିକ ଆନ୍ଦୋଳନ ଫଳରେ ଖଣିକାର୍ଯ୍ୟ ପ୍ରଭାବିତ ହୋଇଛି । ଖଣିଜ ଉତ୍ତୋଳନ ଏବଂ ପରିବହନ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଶହଶହ ଶ୍ରମିକ, ଖଣିର ୨ ନଂ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନ ହେବା ଯାଏଁ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଇଛନ୍ତି ଧାରଣାରତ ଶ୍ରମିକ । ଶ୍ରମିକଙ୍କ ଅଭିଯୋଗ ହେଉଛି ଯେ, ସେମାନେ ମୋଟ୍ ୩୮ ମାସର ବର୍ଦ୍ଧିତ ଦରମା ରାଶି ପାଇବାକୁ ଥିବା ବେଳେ, କମ୍ପାନୀ କର୍ତୃପକ୍ଷ ମାତ୍ର ୧୧ ମାସର ବର୍ଦ୍ଧିତ ରାଶି ଦେବାକୁ ରାଜି ହୋଇଛନ୍ତି । ତେବେ ୩୮ ମାସର ସଂପୂର୍ଣ୍ଣ ବର୍ଦ୍ଧିତ ଦରମା ରାଶି ନମିଳିବା ଯାଏଁ ସେମାନେ ଆନ୍ଦୋଳନରୁ ଓହୋରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।ଏନେଇ ବାରମ୍ବାର ଶ୍ରମିକ ୟୁନିୟନ ଏବଂ କମ୍ପାନୀ କର୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେହେଁ, ଶ୍ରମିକ ୟୁନିଅନ୍ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କର କଥା ଶୁଣୁ ନାହାନ୍ତି । ଏମିତିରେ ବାଧ୍ୟ ହୋଇ ସେମାନେ ଆନ୍ଦୋଳନର ପନ୍ଥା ଆପଣେଇଥିବା କହିଛନ୍ତି । ତେବେ ଶ୍ରମିକଙ୍କ ଅଭିଯୋଗ ସଂପର୍କରେ ଆମେ କମ୍ପାନୀ କର୍ତ୍ତୃପକ୍ଷ ଏବଂ ଶ୍ରମିକ ୟୁନିଅନର ମତାମତ ନେବାକୁ ଚେଷ୍ଟା କରିଥିଲେବି ତାହା ସମ୍ଭବ ହୋଇପାରିନାହିଁ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.