କେନ୍ଦୁଝର: କୁଡୁମୀ ଜାତି ରାଜ୍ୟ ଜନସଂଖ୍ୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ଏହି କୁଡୁମୀ ଜାତି ସ୍ୱାଧୀନତା ପୂର୍ବରୁ ଅନୁସୂଚୀତ ଜନଜାତି ତାଲିକାରେ ଥିବା ଦାବି କରିଛନ୍ତି । କିନ୍ତୁ, ପୂର୍ବରୁ କେନ୍ଦ୍ର ସରକାର ୧୯୫୦ ସେପ୍ଟେମ୍ବର ୬ ତାରିଖରେ ଜନଜାତି ତାଲିକାରୁ ବାଦ ଦେଇଛି । ଏହା ଫଳରେ କୁଡୁମୀ ଜାତିର ଲୋକେ ବହୁ ସରକାରୀ ସୁବିଧା ସୁଯୋଗରୁ ବାଦ ପଡୁଥିବା ଅଭିଯୋଗ କରିଛନ୍ତି । ସେଥିପାଇଁ ଏହି ଦିନକୁ ଓଡିଶା କୁଡୁମୀ ସେନା ପକ୍ଷରୁ କଳା ଦିବସ ଭାବେ ପାଳନ କରାଯାଇଛି ।
ଆଜି(ସୋମବାର) ଶତାଧିକ କର୍ମୀ ପ୍ରବଳ ବର୍ଷା ସତ୍ତ୍ବେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୁଡୁମୀ ଜାତିକୁ ପୁନର୍ବାର ଜନଜାତି ତାଲିକାରେ ସାମିଲ କରିବା ପାଇଁ ଦାବି କରିବା ସହ କେନ୍ଦ୍ର ସରକାରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ ଜାତି ଭିତ୍ତିକ ଗଣନାରେ କୁଡୁମୀ ସାମିଲ କରିବାକୁ ମଧ୍ୟ ଦାବି କରିଛି ଓଡିଶା କୁଡୁମୀ ସେନା ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ