ETV Bharat / state

ପାଟଣା ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା କୁଡୁମିସେନା - ପାଟଣାଗଡ ନ୍ୟୁଜ

କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା କୁଡୁମି ସେନା ।

Kudumi Sena Patna IIC
ପାଟାଣାଗଡ ଥାନା ନ୍ୟୁଜ
author img

By

Published : May 20, 2020, 6:02 PM IST

କେନ୍ଦୁଝର: ପାଟଣା ଥାନାରେ ଯୁବକଙ୍କୁ ଥାର୍ଡଡିଗ୍ରୀ ମାମଲା । ଆଇଆଇସିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କୁଡୁମି ସେନା । କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ଘଟଣାରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଘଟଗାଁ ଏସଡିପିଓ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମାର୍ଚ୍ଚ 25 ତାରିଖରେ ଏକ ଜମି ଜମା ମାମଲାରେ ଗିରଫ ହୋଇଥିବା ଯୁବକକୁ ପାଟଣା ଥାନା ଆଇଆଇସି ଠେଙ୍ଗାରେ ନିସ୍ତୁକ ମାଡ ମାରିବା ସହ ଗୋଇଠା ମାରିଥିବା ଚିତ୍ର ଭାଇରାଲ ହୋଇଥିଲା ।

ପାଟାଣାଗଡ ଥାନା ନ୍ୟୁଜ

ତେବେ ମାନବାଧିକାର ଓ 5ଟି ନିୟମକୁ ସଂପୂର୍ଣ୍ଣ ଫୁ କରୁଥିବା ମହିଳା ଆଇଆଇସିଙ୍କ ଏପରି ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବା ବେଳେ କୁଡୁମି ସେନା ପକ୍ଷରୁ ସମ୍ପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଅନ୍ୟପଟେ ତଦନ୍ତ ରିପୋର୍ଟ ଆସିବା ପରେ ଉପରିସ୍ଥ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି । ଏହି ଘଟଣାରେ ମାନବାଧିକାର କମିଶନ ପାଟଣା ଆଇଆଇସିଙ୍କୁ ଦଶ ହଜାର ଟଙ୍କା ଦରମାରୁ କାଟି ମାଡ ଖାଇଥିବା ଯୁବକଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.