କେନ୍ଦୁଝର: ଆଜି ହେଉଛି କ୍ରାନ୍ତି ଦିବସ । ଏହି ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ହେଉଛି ଏହି ମହମାରୀ ସମୟରେ କେହିବି ରକ୍ତ ହୀନତା ଯୋଗୁଁ ମୃତ୍ୟୁବରଣ ନ କରନ୍ତୁ । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ନଗର ଭବନ ଠାରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଉଦଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ 50 ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । କୋରୋନା ସମୟରେ ଜିଲ୍ଲାରେ ରକ୍ତର ଅଭାବ ପୂରଣ ପାଇଁ ଏହି ରକ୍ତଦାନ ଶିବିର ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଜିଲ୍ଲାର ଅନ୍ୟ ସ୍ଥାନ ମାନଙ୍କରେ ଆୟୋଜନ ହେବ ବୋଲି ଯୁବ ବିଜେଡି ସଭାପତି ସୋମ୍ୟ ଶଙ୍କର ଚକ୍ର ପ୍ରକାଶ କରିଛନ୍ତି ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଘଷିପୁରା ବିଧାୟକ ବଦ୍ରୀ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାୟକ, ଚମ୍ପୁଆ ବିଧାୟକ ମୀନାକ୍ଷୀ ମହାନ୍ତ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଜିଲ୍ଲା ବିଜେଡି ସଭାପତି ମାଦ୍ଧବ ସର୍ଦାର ସମେତ ବହୁ ଦଳୀୟ ନେତା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ