ଆନନ୍ଦପୁର: ପୁଣି ବଜ୍ରପାତ ନେଲା 2 ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଦ୍ମପୁର ଗ୍ରାମରେ ।
ସୂଚନା ଅନୁସାରେ ବାଉଁଶଗଡ ଗ୍ରାମର ଦୁଃଶାସନ ନାଏକ ଓ ଭାଗବତ ନାଏକ ଏବଂ ପଦ୍ମପୁର ଗ୍ରାମର ଲିପୁନ ସାହୁ ଓ ଶରତ ନାହାକ ବିଲରେ କାମ କରୁଥିଲେ । ଏତିକିବେଳେ ବଜ୍ରପାତ ହେବାରୁ ସମସ୍ତ ବିଲରେ ଟଳିପଡିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ସେଠାରେ ଦୁଃଶାସନ ନାଏକ ଓ ଭାଗବତ ନାଏକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ଆହତ ଦୁଇ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ