ETV Bharat / state

କେଶଦୁରାପାଳ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ - କୋରୋନା ସଂକ୍ରମିତ ଚିହ୍ନଟ

ଘସିପୁରା ବ୍ଲକର କେଶଦୁରାପାଳ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ । କୋରୋନା ସଂକ୍ରମିତଙ୍କ ସଂଖ୍ୟା ରୋକିବା ତଥା କଣ୍ଟାକ୍ଟ ଟ୍ରେସିଂ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...

କେଶଦୁରାପାଳ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

author img

By

Published : Sep 19, 2020, 4:15 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଏହି କଟକଣା ଆସନ୍ତା 25ତାରିଖ ସନ୍ଧ୍ୟା 5ଟା ଯାଏଁ ବଳବତ୍ତର ରହିବ ।

କେଶଦୁରାପାଳ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ପ୍ରଶାସନ

କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଗାଁର ଜଗନ୍ନାଥ ମନ୍ଦିର ଛକ,ଦେରୁରୀ ସାହି ଛକ ଓ ରଥ ଦାଣ୍ଡକୁ ସିଲ୍ କରାଯିବା ସହ ୧ନମ୍ବର ୱାର୍ଡ ଶାସନ ସାହିକୁ ସମ୍ପୂର୍ଣ୍ଣ ରୂପେ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଯେ କୌଣସି ଯାନବାହାନ ଚଳାଚଳ ନିଷିଦ୍ଧ କରିବା ତଥା ଏଠାରୁ ଲୋକମାନେ ବାହାରକୁ ନ ବାହାରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଥାଉକି ଜଣେ କୋରୋନା ସଂକ୍ରମିତ ଚିହ୍ନଟ ପରେ ତାଙ୍କର ମୃତ୍ୟୁବରଣ ହୋଇଛି । ଏଠାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ରୋକିବା ତଥା କଣ୍ଟାକ୍ଟ ଟ୍ରେସିଂ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ବ୍ଲକ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.