ETV Bharat / state

ଯାତ୍ରୀବାହୀ ଟ୍ରେନ ନ ଚାଲିଲେ ମାଲବାହୀ ଟ୍ରେନରୋକ ଧମକ

କୋରୋନା ସମୟରେ କେନ୍ଦୁଝରରେ ବନ୍ଦ ଥିବା ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ କେନ୍ଦୁଝର ଯୁବ ପରିଷଦର ଦାବି । ଦାବି ପୂରଣ ନହେଲେ ମାଲବାହୀ ରେଳରୋକ ପାଇଁ ଦେଲା ଚେତାବନୀ । ଅଧିକ ପଡନ୍ତୁ...

ଯାତ୍ରୀବାହୀ ଟ୍ରେନ ଚଳାଚଳ ନହେଲେ ମାଲବାହୀ ଟ୍ରେନରୋକ ଧମକ

author img

By

Published : Mar 4, 2021, 3:46 PM IST

Updated : Mar 4, 2021, 3:55 PM IST

କେନ୍ଦୁଝର: ରେଳବାଇ କ୍ଷେତ୍ରରେ କେନ୍ଦୁଝରକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ପ୍ରତିଦିନ ଇଷ୍ଟକୋଷ୍ଟ ଓ ସାଉଥ ଇଷ୍ଟ ରେଲୱେ ଦେଇ ଶହ ଶହ ମାଲବାହୀ ଟ୍ରେନ ଯୋଗେ ଲୁହାପଥର ପରିବହନ ହେଉଛି । ହେଲେ କୋରୋନା ସମୟରେ ବନ୍ଦ ଥିବା ଯାତ୍ରୀବାହୀ ଟ୍ରେନ ସେବା ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନାହିଁ । ଫାଷ୍ଟ ପାସେଞ୍ଜର ନ ଚାଲିବା କାରଣରୁ ବର୍ଦ୍ଧିତ ବସ ଭଡା ଦେଇ ଗରିବ ଆଦିବାସୀ ରାଜଧାନୀ ଯିବାଆସିବା କରିବା କଷ୍ଟସାଧ୍ୟ ହୋଇପଡୁଛି । ଯାହାକୁ ପ୍ରତିବାଦ କରିଛି କେନ୍ଦୁଝର ଯୁବ ପରିଷଦ ।

ଯାତ୍ରୀବାହୀ ଟ୍ରେନ ଚଳାଚଳ ନହେଲେ ମାଲବାହୀ ଟ୍ରେନରୋକ ଧମକ

ଏହି ପରିପ୍ରେକ୍ଷୀରେ ସଙ୍ଘ ପକ୍ଷରୁ ଟ୍ରେନ ଚଳାଚଳ ପାଇଁ ଷ୍ଟେସନ ମାଷ୍ଟରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆସନ୍ତା ମାର୍ଚ୍ଚ 15 ତାରିଖ ସୁଦ୍ଧା କେନ୍ଦୁଝରକୁ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ କରାନଗଲେ ମାଲବାହୀ ଟ୍ରେନରୋକ କରାଯିବା ସହ ଲୁହାପଥର ପରିବହନ କରିବାକୁ ଦିଆଯିବ ନାହିଁ ବୋଲି ଯୁବ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Mar 4, 2021, 3:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.