ETV Bharat / state

ଗୁଣି ଗାରେଡି ଦୂରେଇବାକୁ ଅଣ୍ଟା ଭିଡିଲା କେନ୍ଦୁଝର ପୋଲିସ

କେନ୍ଦୁଝର, କୋରାପୁଟ, କନ୍ଧମାଳ ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ଲୋକଙ୍କ ମନରେ ଘର କରି ରହିଛି ଗୁଣିଗାରେଡି ଓ ଡାହାଣୀ ସନ୍ଦେହ । ଆଉ ଅନ୍ଧବିଶ୍ବାସ ଦୂର କରିବାକୁ ଅଣ୍ଟା ଭିଡିଛି କେନ୍ଦୁଝର ପୋଲିସ ।

author img

By

Published : Feb 28, 2019, 12:04 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଆଜି ବି କେଉଁଠି ନା କେଉଁଠି ବଞ୍ଚିରହିଛି ଅନ୍ଧବିଶ୍ବାସ । କେନ୍ଦୁଝର, କୋରାପୁଟ, କନ୍ଧମାଳ ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ଲୋକଙ୍କ ମନରେ ଘର କରି ରହିଛି ଗୁଣିଗାରେଡି ଓ ଡାହାଣୀ ସନ୍ଦେହ । କେବଳ ସେତିକି ନୁହେଁ ଅନ୍ଧବିଶ୍ବସର ବସବର୍ତ୍ତି ହୋଇ ଶିଶୁଙ୍କୁ ଚେଙ୍କ ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ସଙ୍ଗୀନ ଅପରାଧ ଘଟାଇବାକୁ ପଛାଉ ନାହାଁନ୍ତି କିଛି ଅନ୍ଧବିଶ୍ବାସୀ । ଅତ୍ୟାଧୁନିକ ଯୁଗରେ ଲୋକ ଏଭଳି ମାନସିକତାରୁ କେବେ ଦୂର ହେବେ? ତେବେ ଅନ୍ଧବିଶ୍ବାସ ଦୂର କରିବାକୁ ଅଣ୍ଟା ଭିଡିଛି କେନ୍ଦୁଝର ପୋଲିସ ।

ସୂଚନାନୁଯାୟୀ, ଗତ କିଛି ବର୍ଷ ମଧ୍ୟରେ ଜିଲ୍ଲାରେ 56 ଜଣଙ୍କୁ ହତ୍ୟା କରାଯାଇଛି । ଯାହା ଏକ ସମ୍ବେଦଶୀଳ ପ୍ରସଙ୍ଗଭାବେ ଉଦ୍ଭା ହୋଇଛି । ସେମାନଙ୍କ ସ୍ମୃତିରେ ନିର୍ମିତ ଏକ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଛି ଯାହାକୁ ଉନ୍ମୋଚନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଉନ୍ମୋଚନ କରିଥିବା ବେଳେ ଜିଲ୍ଲା ପୋଲିସଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ବଣପାହାଡ ଘେରା ଗ୍ରାମାଞ୍ଚଳମାନଙ୍କରେ ରହୁଥିବା ଆଦିବାସୀମାନଙ୍କ ମଧ୍ୟରେ ଏପରି ଅନ୍ଧବିଶ୍ୱାସ ଭରି ରହିଛି । ଲୋକଙ୍କ ମନରୁ ଏପରି ଅନ୍ଧବିଶ୍ୱାସ ଦୂର କରିବାକୁ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ଏହା ଏକ ନିଆରା ଉଦ୍ୟମ କରିଛନ୍ତି । ତେବେ ଏହି ସଚେତନା କାର୍ଯ୍ୟରେ ବନାଞ୍ଜଳରେ ରହୁଥିବା ଆଦିବାସୀ ମାନଙ୍କୁ ସାମିଲ କରାଯାଇଥିଲା ।

undefined

ସେପଟେ, ଏପରି ଅନ୍ଧବିଶ୍ୱାସକୁ ଦୂର କରିବାକୁ ଲୋକଙ୍କ ମଧ୍ୟରେ ସଚେତନାର ଆବଶ୍ୟକ ରହିଥିବା ବେଳେ ଏହା କେବଳ ପୁଲିସର କାର୍ଯ୍ୟ ନୁହେଁ । ଏଥିପାଇଁ ପ୍ରଶାସନ, ଲୋକଙ୍କ ସହ ଜଡିତ ଥିବା ସମସ୍ତ ସାମାଜିକ ଅନୁଷ୍ଠାନ ସମସ୍ତେ ଉଦ୍ୟମ କରିବାକୁ ଡିଜିପି ଆହ୍ୱାନ ଜଣାଇଛନ୍ତି । ଏହାସହ କେନ୍ଦୁଝର ପୁଲିସର ଏପରି ଉଦ୍ୟମକୁ ସେ ପ୍ରଂଶସା କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.