ETV Bharat / state

ଆବର୍ଜନା ପାଇଁ ଅସନ୍ତୋଷ, ଅଧିକାରୀଙ୍କ ଘର ଆଗରେ ଅଳିଆ ଢାଳିଲେ ଲୋକେ - ପୌରପାଳିକା ଅଧିକାରୀ

ଆବର୍ଜନାର ଦୁର୍ଗନ୍ଧ ଓ ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ପୌରପାଳିକା ଅଧିକାରୀ। ଯାହାକୁ ନେଇ କେନ୍ଦୁଝରବାସୀ ଉତ୍ତେଜନା ପ୍ରକାଶ କରିବା ସହ ପୌରପାଳିକା ଅଧିକାରୀଙ୍କ ଘର ଆଗରେ ଅଳିଆ ଢାଳିଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି କେନ୍ଦୁଝର
author img

By

Published : Aug 19, 2019, 5:57 PM IST

କେନ୍ଦୁଝର: ପୌରପାଳିକା ଅଧିକାରୀଙ୍କ ଘର ଆଗରେ ଅଳିଆ ଢାଳିଲେ ଲୋକେ । ଯାହାକୁ ନେଇ କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଉତ୍ତେଜନା ଦେଖା ଦେଇଛି । ପୌରପାଳିକାର ୭ ନଂ ୱାର୍ଡରେ ମାଛ ଦୋକାନକୁ ପରିବା ବଜାର ଅଛି । ଏହି ଦୋକାନ ଗୁଡିକର ଆବର୍ଜନା ଗୁଡିକ ଲୋକମାନେ ପୌରପାଳିକା ନିକଟରେ ପକାଇଥାନ୍ତି । ଫଳରେ ଉକ୍ତ ଅଞ୍ଚଳରେ ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ।

ଏନେଇ ସ୍ଥାନୀୟ ଲୋକେ ପୌରପାଳିକାକୁ ବାରମ୍ବାର ଜଣେଇ ଥିଲେ ହେଁ ପୌର ପ୍ରଶାସନ କର୍ଣ୍ଣପାତ କରୁନଥିଲେ । ବାଧ୍ୟ ହୋଇ ଉକ୍ତ ୱାର୍ଡର ଲୋକେ ନିଜର ବର୍ଜ୍ୟବସ୍ତୁ ପୌରପାଳିକା ଅଧିକାରୀଙ୍କ ଘର ସାମ୍ନା ଓ ପୌରପାଳିକାର ଅଫିସ ଆଗରେ ପକେଇ ପ୍ରତିବାଦ କରିଛନ୍ତି ।

ଏନେଇ ପୌର ପ୍ରଶାସନ ଓ ୱାର୍ଡବାସୀଙ୍କ ମଧ୍ୟରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ପୌରପାଳିକା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.