କେନ୍ଦୁଝର: ଜିଲ୍ଲା ଓକିଲ ସଂଘର ମଧ୍ୟବର୍ତ୍ତୀ କାଳୀନ ନିର୍ଵାଚନ ଶେଷ ହୋଇଛି । ତିନି ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି କେନ୍ଦୁଝର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଭୋଟିଂ ପକ୍ରିୟା ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ଏହି ମହତ୍ତ୍ବପୂର୍ଣ୍ଣ ସଙ୍ଘର ସଭାପତି ଓ ସମ୍ପାଦକ ପଦ ପାଇଁ ଦ୍ଵିମୁଖୀ ପ୍ରତିଯୋଗିତା ହେଇଥିଲା । ଏହି ଗୁରୁତ୍ବପୂର୍ଣ ସଙ୍ଘର ନିର୍ବାଚନ ମୁକ୍ତ ଅବାଧ ଭାବେ କରିବା ପାଇଁ ଓକିଲ ସଂଘର ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।
ଗତକାଲି(ଶନିବାର) ସନ୍ଧ୍ୟାରେ ଏହି ନିର୍ଵାଚନର ଫଳାଫଳ ଘୋଷଣା କରାଯାଇଥିଲା । ନିର୍ଵାଚନରେ ଆଶିଷ ଚକ୍ରବର୍ତ୍ତୀ ସଭାପତି ଓ ଆଲୋକ ମହାନ୍ତ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଉପସଭାପତି ଭାବେ ସହବୁଦିନ ଅକତାର ସହ ସମ୍ପାଦକ ଭାବେ ସମ୍ବିତ ନାଏକ ଓ ସୁନୀଲ ମହାନ୍ତ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ଅନିଲ ନନ୍ଦ, ଜଗଜିତା ଦାସ, ସଞ୍ଜୟ ସାହୁ, ବିଶ୍ବରଞ୍ଜନ ସାହୁ ହୁସେନ ଉଦିନ ନିର୍ଵାଚିତ ହୋଇଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ