ETV Bharat / state

କେନ୍ଦୁଝରରେ ମମିତା ତାତି, ବିଜେପି ଓ କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି - ବିଜେପି ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି

କେନ୍ଦୁଝର ଜିଲ୍ଲାରେ ମଧ୍ୟ ଦେଖାଦେଇଛି ମମିତା ତାତି । ବିରୋଧୀ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ ସାଙ୍ଗକୁ ବହିଷ୍କାର ଦାବି କରାଯାଇଛି । ଅଧିକ ପଢନ୍ତୁ...

Keonjhar Congress and BJP demand expulsion of minister Dibya Shankar Mishra on mamita meher murder issue
କେନ୍ଦୁଝରରେ ମମିତା ତାତି, ବିଜେପି ଓ କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି
author img

By

Published : Oct 21, 2021, 4:46 PM IST

Updated : Oct 21, 2021, 5:12 PM IST

କେନ୍ଦୁଝର: କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ ଏବେ ଉଠୁଛି ପଡୁଛି ସାରା ଓଡିଶା । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଦେଖାଦେଇଛି ମମିତା ତାତି । ବିରୋଧୀ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ ସାଙ୍ଗକୁ ବହିଷ୍କାର ଦାବି କରାଯାଇଛି । ଏଥିସହ ଗୋଟିଏ ପରେ ଗୋଟିଏ ସଂଗଠନ ରାଜରାସ୍ତାରେ ନ୍ୟାୟ ଦାବିରେ ଆନ୍ଦୋଳନ ଚଳାଇଛନ୍ତି ।

ପୋଲିସର ମନମୁଖୀ କାର୍ଯ୍ୟକଳାପ ଓ ଅନ୍ୟପଟେ ମନ୍ତ୍ରୀଙ୍କ ପରୋକ୍ଷ ହସ୍ତକ୍ଷେପ ଅଭିଯୋଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ମୃତ୍ୟୁ ଘଟଣାରେ ସିଧାସଳଖ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆଣିଛି କେନ୍ଦୁଝର ମହିଳା ଓ ଜିଲ୍ଲା ଯୁବ କଂଗ୍ରେସ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଛି ଦଳ ।

କେନ୍ଦୁଝରରେ ମମିତା ତାତି, ବିଜେପି ଓ କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ବହିଷ୍କାର ଦାବି

ମନ୍ତ୍ରୀ ପଦରେ ରହିଲେ ତଦନ୍ତ ବାଟବଣା ହେବ ବୋଲି ଦଳ ଅଭିଯୋଗ କରିଛି । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ହତ୍ୟାକାରୀଙ୍କୁ ଗୃହରାଷ୍ଟ୍ର ମନ୍ତ୍ରୀ ଘଣ୍ଟ ଘୋଡ଼ାଇବା ଆଶଙ୍କା କରି ତାଙ୍କୁ ମୁଖ୍ୟମନ୍ତ୍ରୀ ଦଳରୁ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏଥିସହ ନିରପେକ୍ଷ ତଦନ୍ତ ସହିତ ଦୋଷୀଙ୍କୁ ଉଚିତ୍‌ ଦଣ୍ଡ ଦେବାକୁ ଦାବି ରଖିଛି ଦଳ ।

ସେହିପରି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ଓ ଯୁବ ବିଜେପି ମୋର୍ଚ୍ଚାର ସଦସ୍ୟମାନେ ମଧ୍ୟ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓ ମମିତାଙ୍କୁ ନ୍ୟାୟ ଦାବି କରିଛନ୍ତି । ନିଃସହାୟ ପିତାମାତାଙ୍କୁ ଝିଅ ମୃତ୍ୟୁର ସଠିକ ନ୍ୟାୟ ମିଳୁ ବୋଲି ବିଜେପି ଦାବି କରିଛି । ସରକାରୀ ଶାସନରେ ରହି ବେସରକାରୀ କଲେଜକୁ କାହିଁକି ଏତେ ଟଙ୍କା ଦେଇଥିଲେ ତାହାର ତଦନ୍ତ ସହ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରିଛି ବିଜେପି । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିବା ବେଳେ ସିବିଆଇ ତଦନ୍ତ ଦାବି କରିଛି ବିଜେପି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Oct 21, 2021, 5:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.