କେନ୍ଦୁଝର: ବେଆଇନ ଖଣି ଖନନ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ 5 ଖଣି ମାଲିକଙ୍କୁ ହାଜର ହେବାକୁ ନୋଟିସ୍ ହୋଇ ଥିବାବେଳେ ସମସ୍ତ ଖଣି ଲିଜଧାରୀ ହାଜର ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୋରିମାନା ଦେଇନଥିବା ୩୧ଟି ଖଣିର ୨୩ ଜଣ ମାଲିକଙ୍କ ନାମରେ ୬୩୫୦ କୋଟି ଟଙ୍କାର ଜୋରିମାନା ଆଦାୟ ନେଇ ନୋଟିସ ଜାରି ହୋଇଥିଲା । ଯାହାକୁ ନେଇ ଖଣି କମ୍ପାନୀ ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ସାର୍ଟିଫିକେଟ କେସ ହୋଇଥିଲା ।
ଏହି କ୍ରମରେ କୋର୍ଟ ଶନିବାର ୫ଟି ଖଣି ମାଲିକଙ୍କ କେସର ଶୁଣାଣି କରି ଚୂଡାନ୍ତ ପ୍ରକାଶ କରିଛନ୍ତି ।
ଶୁଣାଣି ଚୂଡାନ୍ତ ହୋଇଥିବା ଖଣି ଗୁଡିକ ହେଲା ଏସଡି ଶର୍ମା, ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ଼(ଜିଏସଆଇ), ଅର୍ଜୁନ ଲୋଧା ଓ ମେସ୍କୋର ଦୁଇଟି ଖଣି । ଏହି ଲିଜ ଧାରୀଙ୍କ ମଧ୍ୟରୁ ଜୋରିମାନା ଦାଖଲ କରିନଥିବା ୩ଟି ଖଣି ଏସଡି ଶର୍ମା, ଜିଏସଆଇ ଓ ଅର୍ଜୁନ ଲୋଧାର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ୱାରେଣ୍ଟ ଜାରି କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍ ।
ଅନ୍ୟପଟେ ସୁପ୍ରିମକୋଟଙ୍କ ନିର୍ଦ୍ଦେଶ ଅନୁସାରେ ମେସ୍କୋ ଖଣିରେ ଗଚ୍ଛିତ ଥିବା ଖଣିଜ ପଦାର୍ଥକୁ ବିକ୍ରୟ କରି ବକେୟା ଜୋରିମାନା ପୈଠ କରିବାକୁ ନିର୍ଦ୍ଦେଶ ହୋଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ