ଆନନ୍ଦପୁର: ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନରେ ମହାଦୁର୍ନୀତି ପ୍ରସଙ୍ଗ । ମାମଲାରେ CBI ତଦନ୍ତ ଦାବି କଲା କେନ୍ଦୁଝର ବିଜେପି ଯୁବମୋର୍ଚ୍ଚା । ଶୁକ୍ରବାର ଯୁବମୋର୍ଚ୍ଚାର କର୍ମୀମାନେ ବଡଦାଣ୍ଡରୁ ବାହାରି ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ପହଞ୍ଚିଥିଲେ ଏବଂ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏଥିସହ ଯୁବମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଥିାଲା । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ହେମନ୍ତ ବାରିକଙ୍କ ସମତେ ବହୁ ଯୁବକର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ