ETV Bharat / state

ରାଷ୍ଟ୍ରପତିଙ୍କ ସମ୍ପର୍କରେ ବିବାଦୀୟ ବୟାନ: କେନ୍ଦୁଝରରେ ଅଧୀରଙ୍କ କୁଶପୁତ୍ତଳିକା ଦାହ

author img

By

Published : Jul 28, 2022, 4:39 PM IST

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଆପତ୍ତିଜନକ ବୟାନ ଘଟଣା । କେନ୍ଦୁଝରରେ କଂଗ୍ରେସ ନେତାଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କୁ "ରାଷ୍ଟ୍ରପତ୍ନୀ" ସମ୍ବୋଧନ: କେନ୍ଦୁଝରରେ ଅଧୀରଙ୍କ କୁଶ ପୁତ୍ତଳିକା ଦାହ

କେନ୍ଦୁଝର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଏବେ ଚାରିଆଡେ ବିରୋଧ । ଏହି ମନ୍ତବ୍ୟକୁ ତୀବ୍ର ବିରୋଧି କରିଛି ବିଜେପି । କଂଗ୍ରେସ ନେତାଙ୍କ "ରାଷ୍ଟ୍ରପତ୍ନୀ" ମନ୍ତବ୍ୟକୁ ବିରୋଧି କରି ଆଜି କେନ୍ଦୁଝରରେ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ଏବଂ ଅଧିର ଚୌଧୁରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଜଣେ ଆଦିବାସୀ ମହିଳା ମହାମହିମ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ପ୍ରତି ଏପରି ଅପଶବ୍ଦ ଅତ୍ୟନ୍ତ ଘୃଣ୍ୟ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି କହିଛି ବିଜେପି । ଅଧୀର ରଞ୍ଜନ ଚୌଧୁରୀ ନିଜର ମନ୍ତବ୍ୟ ପାଇଁ ଦେଶବାସୀଙ୍କ ଆଗରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ବିଜେପି କର୍ମୀ ଦାବି କରିଛନ୍ତି । ଏହାସହିତ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି କହିଛି ଦଳ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.