କେନ୍ଦୁଝର: ଜିଲ୍ଲାର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଦେବ ସ୍ନାନ ଉତ୍ସବ କୋଭିଡ୍ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ପାରମ୍ପରିକ ରୀତିନୀତିରେ ଶ୍ରୀଜୀଉଙ୍କୁ ପହଣ୍ଡି କରି ସ୍ନାନ ବେଦୀକୁ ନିଆଯାଇ ସୁଗନ୍ଧିତ ଜଳରେ ଶ୍ରୀ ଜୀଉଙ୍କ ସ୍ନାନ କରାଯାଇ ପୂଜାର୍ଚ୍ଚନା କରାଯାଇଛି ।
ବିନା ଭକ୍ତରେ ଶ୍ରୀ ଜୀଉଙ୍କ ପରମ୍ପରା ଅନୁଯାୟୀ ତୁଳସୀ ପତ୍ରରେ ହାତୀବେଶ କରାଯାଇଛି । ଏହି କାର୍ଯ୍ୟରେ ଚାଳିଶ ଜଣ ପହଣ୍ଡିଆ ସେବାୟତ ନିୟୋଜିତ ହୋଇଥିଲେ । କୋଭିଡ଼ କଟକଣା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ