ETV Bharat / state

ବଳଦେବଜୀଉଙ୍କ ରଥଯାତ୍ରା: କେନ୍ଦୁଝର ବଡଦାଣ୍ଡ ପାଇବ ନୂଆ ରୂପ - ବଳଦେବଜୀଉଙ୍କ ରଥଯାତ୍ରା

ଜିଲ୍ଲାର ଆରାଧ୍ୟ ଦେବତା ଭାବେ ଶ୍ରୀ ବଳଦେବଜୀଉ ପୂଜା ପାଇ ଆସୁଛନ୍ତି । ତେବେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ବଡଦାଣ୍ଡକୁ ମିଳିବ ନୂଆରୂପ । ଏନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଅଧିିକ ପଢନ୍ତୁ

ବଳଦେବଜୀଉଙ୍କ ରଥଯାତ୍ରା: କେନ୍ଦୁଝର ବଡଦାଣ୍ଡ ପାଇବ ନୂଆ ରୂପ

author img

By

Published : May 7, 2022, 12:32 PM IST

କେନ୍ଦୁଝର: ଜିଲ୍ଲାର ଆରାଧ୍ୟ ଦେବତା ଭାବେ ଶ୍ରୀ ବଳଦେବଜୀଉ(Baladevjew Ratha Yatra) ପୂଜା ପାଇ ଆସୁଛନ୍ତି । ତେବେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ବଡଦାଣ୍ଡକୁ ମିଳିବ ନୂଆରୂପ । ଏନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ବିସ୍ତୃତ ବଡ଼ଦାଣ୍ଡ ରହିଛି । ଏହି ବଡଦାଣ୍ଡ କିଛି ଦିନ ପୂର୍ବରୁ ବିଭିନ୍ନ ଯାନବାହନ, ଗୋରୁଗାଈ ଓ ଜବରଦଖଲ ଆଦି ପାଇଁ ସଙ୍କୁଚିତ ହୋଇରହିଥିଲା ।

ବଳଦେବଜୀଉଙ୍କ ରଥଯାତ୍ରା: କେନ୍ଦୁଝର ବଡଦାଣ୍ଡ ପାଇବ ନୂଆ ରୂପ

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ସମସ୍ତ ଜବରଦଖଲ ହଟିବା ସହ ଯାନବାହନ ମୁକ୍ତ ଆରମ୍ଭ କରାଯାଇଥିଲା । ପରେ ବଡଦାଣ୍ଡର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତେବେ ଶୁକ୍ରବାର ଏହି ବଡ଼ଦାଣ୍ଡର ନୂଆ ରୂପ ଦେବା ନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପୂର୍ବରୁ ବଡଦାଣ୍ଡକୁ ସୌନ୍ଦର୍ଯ୍ୟକରଣ କରିବା ନେଇ ପ୍ଲାନ ପ୍ରସ୍ତୁତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଗିନିଜ୍‌ ବୁକ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝରର ନନ୍ଦିଘୋଷ ରଥ

ଏହି କାର୍ଯ୍ୟକ୍ରମରେ ବଡଦାଣ୍ଡକୁ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକରଣ କରିବା ସହ ଆଖପାଖ ଅଞ୍ଚଳର ଉନ୍ନତିକରଣ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି । ଏହା ସହ ରଥ ଓ ମନ୍ଦିର ସହ ଜଡିତ ଦୁଇଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ନୂଆ ରୂପ କାର୍ଯ୍ୟକ୍ରମ ନେଇ ଭକ୍ତଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.