ETV Bharat / state

ଗ୍ରାମୀଣଙ୍କୁ ମିଳୁନି ଲଘୁ ବନଜାତ ଦ୍ରବ୍ୟର ଉଚିତ୍‌ ଦାମ, ପ୍ରଚାରରେ ବ୍ୟସ୍ତ ପ୍ରଶାସନ - ସଚେତନତା ରଥ

କାମଧନ୍ଦା ବନ୍ଦ ଥିବାରୁ ଶାଳ ମଞ୍ଜିରୁ କିଛି ପଇସା ରୋଜଗାର କରି ତେଲ ଲୁଣ ଆଶା ରଖିଥିବା ଗ୍ରାମୀଣଙ୍କୁ ଉଚିତ ପ୍ରାପ୍ୟ ମିଳୁନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଗ୍ରାମୀଣଙ୍କୁ ମିଳୁନି ଲଘୁ ବନଜାତ ଦ୍ରବ୍ୟର ଉଚିତ ଦାମ, ପ୍ରଚାରରେ ବ୍ୟସ୍ତ ପ୍ରଶାସନ

author img

By

Published : Jun 20, 2020, 5:29 PM IST

କେନ୍ଦୁଝର: କୋରୋନା ମହାମାରୀରେ ସାରା ବିଶ୍ୱ ବର୍ତ୍ତମାନ ବ୍ୟତିବ୍ୟସ୍ତ । ଭାରତ 2ମାସ ଲକଡାଉନ କାର୍ଯ୍ୟକାରୀ କଲାପରେ ଏହାକୁ ଏବେ ସାମୟିକ ଭାବେ କୋହଳ କରିଛି । ତଥାପି ଏହି ଲକଡାଉନ ଯୋଗୁଁ ବହୁ କଳକାରଖାନା, ସଂସ୍ଥା ଠପ ହୋଇ ପଡ଼ିଥିବାରୁ ଲୋକଙ୍କ ରୋଜଗାରରେ ବାଧାପ୍ରାପ୍ତ ହୋଇଛି । ଏଭଳି ସମୟରେ କେନ୍ଦୁଝର ଜିଲ୍ଲାର ଗ୍ରାମୀଣଙ୍କ କାମଧନ୍ଦା ବନ୍ଦ ଥିବାରୁ ଶାଳ ମଞ୍ଜିରୁ କିଛି ପଇସା ରୋଜଗାର କରି ତେଲ ଲୁଣ ଆଶା ରଖିଥିଲେ । ହେଲେ ଗ୍ରାମୀଣଙ୍କୁ ଉଚିତ ପ୍ରାପ୍ୟ ମିଳୁନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

kendujhar-villager-doesnt-get-right-price-of-forest-products
ଗ୍ରାମୀଣଙ୍କୁ ମିଳୁନି ଲଘୁ ବନଜାତ ଦ୍ରବ୍ୟର ଉଚିତ ଦାମ, ପ୍ରଚାରରେ ବ୍ୟସ୍ତ ପ୍ରଶାସନ

ଏଭଳି ସ୍ଥିତିରେ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ଗ୍ରାମୀଣଙ୍କ ରୋଜଗାର ମାଧ୍ୟମ ହୋଇଛି ଶାଳ ମଞ୍ଜି । ଜିଲ୍ଲାରେ ବହୁଳ ମାତ୍ରାରେ ଶାଳ ଜଙ୍ଗଲ ଦେଖିବାକୁ ମିଳିଥାଏ । ଏହି ଶାଳ ଗଛର ପତ୍ର ସହ ମଞ୍ଜିର ମଧ୍ୟ ଚାହିଦା ରହିଛି । ଗାଁ ଗାଁ ରେ ଥିବା ଶାଳ ଜଙ୍ଗଲରୁ ଗ୍ରାମବାସୀ ମାନେ ବର୍ଷକୁ ଥରେ ହେଉଥିବା ଶାଳ ମଞ୍ଜିକୁ ସଂଗ୍ରହ କରିଥାନ୍ତି ।

ସକାଳୁ ସକାଳୁ ସପରିବାର ଗ୍ରାମବାସୀ ମାନେ ଗ୍ରାମ୍ୟ ଜଙ୍ଗଲକୁ ଯାଇ ଏହି ଶାଳ ମଞ୍ଜି ସଂଗ୍ରହ କରିଥାନ୍ତି । ଏହି ଶାଳ ମଞ୍ଜିକୁ ସଂଗ୍ରହ କରି ଖରାରେ ସୁଖେଇଥାନ୍ତି । ସୁଖେଇଲା ପରେ ତାକୁ ପୋଡି ସେଥିରୁ ଶୁଖିଲା ମଞ୍ଜି ବାହାର କରିଥାନ୍ତି । ଏହି ଶୁଖିଲା ମଞ୍ଜିକୁ ଗାଁକୁ ଆସି ବେପାରୀ ନେଇଥାନ୍ତି । କିନ୍ତୁ ଏତେ ପରିଶ୍ରମ ପରେ ମଧ୍ୟ ଗ୍ରାମବାସୀ ମାନେ ଏହି ମଞ୍ଜିର ସଠିକ ମୂଲ୍ୟ ପାଇ ପାରୁନଥିବା ଅଭିଯୋଗ ହେଉଛି ।

ସରକାରୀ ଧାର୍ଯ୍ୟ ମୂଲ୍ୟ ଠାରୁ ବେପାରୀ ଏହି ଗ୍ରାମୀଣଙ୍କୁ କମ ମୂଲ୍ୟ ପ୍ରଦାନ କରୁଥିବା ଗ୍ରାମବାସୀ ନିରାଶ ହେଉଛନ୍ତି । କାମଧନ୍ଦା ବନ୍ଦ ଥିବାରୁ ଏହି ଶାଳ ମଞ୍ଜିରୁ କିଛି ପଇସା ରୋଜଗାର କରି ତେଲ ଲୁଣ ଆଶା ରଖିଥିବା ଗ୍ରାମୀଣଙ୍କୁ ଉଚିତ ପ୍ରାପ୍ୟ ମିଳୁନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି । କିନ୍ତୁ ଜିଲ୍ଲା ପ୍ରଶାସନର ଗାଁ ଗାଁ ରେ ସଚେତନତା ରଥ ବୁଲୁଥିଲା ନେଇ ପ୍ରଶାସନ ଡିଣ୍ଡିମ ପିଟୁଛି । ସବୁ ଲଘୁ ବନଜାତ ଦ୍ରବ୍ୟର ମୂଲ୍ୟ କେତେ ହେବ ଏହି ରଥରେ ଲେଖା ଯାଇ ଗାଁରେ ସଚେତନତା କରାଯାଉଥିବା ବେଳେ ସରକାରୀ ସ୍ତରରେ ଏହି ସାମଗ୍ରୀ କିଣିବା ନେଇ କୌଣସି ପଦକ୍ଷେପ ନିଆଯାଉନାହିଁ। ନିରୀହ ଗ୍ରାମୀଣ ଲୋକେ ଅପେକ୍ଷା କରି ରହିଛନ୍ତି କେବେ ସେମାନଙ୍କ ଏହି କଷ୍ଟର ଉଚିତ ମୂଲ୍ୟ ମିଳିବ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.