ETV Bharat / state

ଗଣ୍ଡଗୋଳ ହେଇ ବନ୍ଦ ହେଲା ଜିଲ୍ଲା ଟ୍ରକ ମାଲିକ ସଙ୍ଘ ସାଧାରଣ ପରିଷଦ ବୈଠକ

author img

By

Published : Jun 5, 2022, 8:00 PM IST

ରାଜ୍ୟର ବିତ୍ତଶାଳୀ ସଙ୍ଘ ଭାବେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ପରିଗଣିତ । ଚଳିତ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟକାରିଣୀର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ନୂତନ କାର୍ଯ୍ୟକାରିଣୀ ପାଇଁ ନିର୍ବାଚନ କରାଇ ଦେଉନଥିବା ନେଇ ସଦସ୍ୟମାନେ ଅଭିଯୋଗ କରିଆସୁଥିଲେ । ଗଣ୍ଡଗୋଳ ହୋଇ ବନ୍ଦ ହେଲା ଜିଲ୍ଲା ଟ୍ରକ ମାଲିକ ସଙ୍ଘ ସାଧାରଣ ପରିଷଦ ବୈଠକ । ଅଧିକ ପଢନ୍ତୁ

ଗଣ୍ଡଗୋଳ ହେଇ ବନ୍ଦ ହେଲା ଜିଲ୍ଲା ଟ୍ରକ ମାଲିକ ସଙ୍ଘ ସାଧାରଣ ପରିଷଦ ବୈଠକ
ଗଣ୍ଡଗୋଳ ହେଇ ବନ୍ଦ ହେଲା ଜିଲ୍ଲା ଟ୍ରକ ମାଲିକ ସଙ୍ଘ ସାଧାରଣ ପରିଷଦ ବୈଠକ

କେନ୍ଦୁଝର: ରାଜ୍ୟର ବିତ୍ତଶାଳୀ ସଙ୍ଘ ଭାବେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ପରିଗଣିତ । ଏହି ସଙ୍ଘରେ ପାଞ୍ଚ ହଜାରରୁ ଊର୍ଦ୍ଧ୍ବ ସଦସ୍ୟ ଥିବା ବେଳେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଲକ୍ଷାଧିକ ଜନସାଧାରଣ ରୋଜଗାରକ୍ଷମ ହୋଇଥାନ୍ତି । କିନ୍ତୁ, ଏହି ସଂଘର କାର୍ଯ୍ୟଧାରା ନେଇ ବହୁବାର ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ସଂଘର କାର୍ଯ୍ୟକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟ ନେଇ ସାଧାରଣ ସଦସ୍ୟମାନେ ବହୁବାର ପ୍ରଶ୍ନ ଉଠାଇଛନ୍ତି । ଚଳିତ ଟ୍ରକ ମାଲିକ ସଙ୍ଘ କାର୍ଯ୍ୟକାରିଣୀର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ନୂତନ କାର୍ଯ୍ୟକାରିଣୀ ପାଇଁ ନିର୍ବାଚନ କରାଇ ଦେଉନଥିବା ନେଇ ସଦସ୍ୟମାନେ ଅଭିଯୋଗ କରିଆସୁଥିଲେ । ବାରମ୍ବାର ଅଭିଯୋଗ ପରେ ଆଜି(ରବିବାର) ସ୍ଥାନୀୟ କାଳୀ ପଡିଆ ଠାରେ ଦୀର୍ଘ ଚାରି ବର୍ଷ ପରେ ଜିଲ୍ଲା ଟ୍ରକ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ସାଧାରଣ ଟ୍ରକ ମାଲିକମାନେ ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ । ସଭା ସ୍ଥଳରେ ଜଣେ ସଦସ୍ୟ ନିଜ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ସଙ୍ଘର ସମ୍ପାଦକ କିଛି ସଦସ୍ୟଙ୍କୁ ସଭାସ୍ଥଳରୁ ଧକ୍କା ମାରି ବାହାର କରିଦେଉଥିବା ଦେଖିବାକୁ ମିଳିଥିଲା । ଏହାପରେ ସାଧାରଣ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଅଧିକ ଅସନ୍ତୋଷ ଗଣ୍ଡଗୋଳର ରୂପ ନେଇଥିଲା । ଗଣ୍ଡଗୋଳ ବଢିବାରୁ ସାଧାରଣ ସଭା ବନ୍ଦ ହୋଇଯାଇଥିଲା । ଦୀର୍ଘ ବର୍ଷ ପରେ ସଙ୍ଘର ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସଙ୍ଘ କର୍ମକର୍ତ୍ତାଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସଭା ବନ୍ଦ ନେଇ ମାଲିକ ମାନଙ୍କ ମଧ୍ୟରେ ଅଧିକ ଅସନ୍ତୋଷ ସୃଷ୍ଟି କରିବା ସହ ଯଥାଶୀଘ୍ର ନିର୍ବାଚନ କରିବାକୁ ଦାବି କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.