ETV Bharat / state

ଗଡିବ ବିଶ୍ୱର ସର୍ବବୃହତ ରଥ, ପଥ ଓ ରଥର ଚାଲିଛି ପ୍ରସ୍ତୁତି

author img

By

Published : Jun 3, 2022, 9:14 PM IST

କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଭାବେ ଶ୍ରୀ ବଳଦେବଜୀଉ ପୂଜା ପାଇ ଆସୁଛନ୍ତି । ଜଗନ୍ନାଥ ଧାମ ପୁରୀ ଭଳି ବଳଦେବଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ନନ୍ଦିଘୋଷ ରଥ ଚଳିତ ବର୍ଷ ବିଶ୍ବର ସର୍ବବୃହତ ରଥ ଭାବେ ଗିନିଜ୍‌ ବୁକ ଅଫ୍‌ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଏବେ ଦୁଇ ବର୍ଷ ପରେ ପୁଣି ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି । ଅଧିକ ପଢନ୍ତୁ

ଗଡିବ ବିଶ୍ୱର ସର୍ବବୃହତ ରଥ, ପଥ ଓ ରଥର ଚାଲିଛି ପ୍ରସ୍ତୁତି
ଗଡିବ ବିଶ୍ୱର ସର୍ବବୃହତ ରଥ, ପଥ ଓ ରଥର ଚାଲିଛି ପ୍ରସ୍ତୁତି

କେନ୍ଦୁଝର: ଆଦିବାସୀ ଅଧ୍ୟୁଷିତ ବହୁଳ ଜିଲ୍ଲା ହେଉଛି କେନ୍ଦୁଝର । ଏହି କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଭାବେ ଶ୍ରୀ ବଳଦେବଜୀଉ ପୂଜା ପାଇ ଆସୁଛନ୍ତି । ଜଗନ୍ନାଥ ଧାମ ପୁରୀ ଭଳି ବଳଦେବଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ଘୋଷଯାତ୍ରା ପାଇଁ ଭକ୍ତଙ୍କ ମନରେ ବହୁ ଉତ୍ସାହ ଦେଖା ଯାଇଥାଏ । ଏକମାତ୍ର ରଥରେ ବସି ଶ୍ରୀ ବଳଦେବଜୀଉ ତାଙ୍କ ଭାଇ ଓ ଭଉଣୀଙ୍କ ସହ ମାଉସୀ ମା’ ମନ୍ଦିରକୁ ଗସ୍ତ କରିଥାନ୍ତି । ଅନନ୍ୟ ପ୍ରକୃତିରେ ଭରା କେନ୍ଦୁଝର ଜିଲ୍ଲାର ରଥ ମଧ୍ୟ ଅନନ୍ୟ । ଏହି ରଥକୁ ନନ୍ଦିଘୋଷ ରଥ ଭାବେ ଜଣା ଯାଇଥାଏ ।

ଏହି ନନ୍ଦିଘୋଷ ରଥ ବିଶ୍ବର ସର୍ବବୃହତ ରଥ ଭାବେ ଗିନିଜ୍‌ ବୁକ ଅଫ୍‌ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଦୁଇ ବର୍ଷ କରୋନା କଟକଣା ନେଇ ବଳଦେବଜୀଉଙ୍କ ଘୋଷଯାତ୍ରାକୁ ବନ୍ଦ କରାଯାଇଥିଲା । କିନ୍ତୁ, ଚଳିତ ବର୍ଷ ଏହି ଘୋଷଯାତ୍ରା ହେବା ନେଇ ଭକ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ସେଥିପାଇଁ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ରଥର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଓସାର ୪୫ ଫୁଟ ଓ ୧୬ ଚକ ବିଶିଷ୍ଟ ହୋଇଥାଏ ।

ପୃଥିବୀର ଏହି ବୃହତ୍ତମ ରଥର ପୁନଃ ଉନ୍ନତିକରଣ କାର୍ଯ୍ୟ ଜୋରସୋରରେ ଜାରି ରଖିଛନ୍ତି । ଚଳିତ ବର୍ଷ ଏହି ବୃହତ୍ତମ ରଥକୁ ସମ୍ପୂର୍ଣ୍ଣ ଖୋଲାଯାଇ ପୁନଃନିର୍ମାଣ କାର୍ଯ୍ୟ କରାଯାଉଛି । ଏଥିପାଇଁ ମୁଖ୍ୟ ମହାରଣାଙ୍କ ସହ ୩୫ରୁ ଉର୍ଦ୍ଧ୍ବ କାଠ ମହାରଣା ରଥ ପ୍ରସ୍ତୁତି ଚଳାଇଛନ୍ତି । କେନ୍ଦୁଝର ଜିଲ୍ଲାର ଏହି ରଥ ପାଇଁ ଶାଳ କାଠ ମୁଖ୍ୟତଃ ବ୍ୟବହାର କରାଯାଉଥିଲା ବେଳେ ପ୍ରଶାସନ ଜଙ୍ଗଲ ବିଭାଗ ସହ ମିଶି ଜଙ୍ଗଲରୁ ଏହାକୁ ଯୋଗାଇ ଦେଇଛନ୍ତି ।

ସ୍ନାନ ପୂର୍ଣ୍ଣିମା ପୂର୍ବରୁ ଏହି ରଥ କାର୍ଯ୍ୟ ନିର୍ମାଣ ସାରିବା ପାଇଁ ରଥ ମହାରଣା ନିଶ୍ଚିତ କରିଛନ୍ତି । ଚଳିତ ବର୍ଷ ମଧ୍ୟ ପୁରୀ ପରି ବଡ଼ଦାଣ୍ଡକୁ ମଧ୍ୟ ରଙ୍ଗୀନ କରାଯାଉଛି । ଏଥିପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ହୋଇ ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ଜିଲ୍ଲାପାଳଙ୍କ ପ୍ରତକ୍ଷ ତତ୍ତ୍ବାବଧାନରେ ବିଶ୍ବର ଏହି ସର୍ବବୃହତ ରଥ ପ୍ରସ୍ତୁତି ଚାଲୁଥିବା ବେଳେ ଚଳିତ ବର୍ଷ ଭକ୍ତ-ଭଗବାନଙ୍କ ମହାମିଳନ ନେଇ ଭକ୍ତଙ୍କ ମନରେ ଉତ୍କଣ୍ଠା ଭରି ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.