ETV Bharat / state

ଦୁର୍ଘଟଣାରେ ମୃତକଙ୍କ କ୍ଷତିପୂରଣ ଦାବିରେ ରାସ୍ତାରୋକ - Road accident in keonjhar

କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଜଣେ ଯୁବକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jul 20, 2019, 11:14 AM IST

କେନ୍ଦୁଝର: ତେଲକୋଇ ଥାନା ଅନ୍ତର୍ଗତ କତରାପାଲିରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା । ଶନିବାର ରାସ୍ତାରୋକ କରିବା ସହ କ୍ଷତିପୂରଣ ଦାବି କରିଥିଲେ ସ୍ଥାନୀୟ ଲୋକେ । ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଥିଲା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାଯୋଗ୍ୟ, ଗତ ଶୁକ୍ରବାର ବିଳମ୍ବିତ ରାତି 11ଟା 15ମିନିଟରେ ଖକନ ସାହୁ ନାମକ ଜଣେ ଯୁବକ ରାସ୍ତାର ଡ୍ରେନ ଉପରେ ବସି ଫୋନରେ କଥା ହେଉଥିବା ବେଳେ 407 ଗାଡି ତାଙ୍କୁ ଧକ୍କା ଦେଇଥିଲା । ଏହା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ତେବେ ଧକ୍କା ଦେଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ କ୍ଷତିପୂରଣ ପାଇଁ ଦାବି କରିଥିଲେ ସ୍ଥାନୀୟ ଲୋକେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ମୃତକ ଙ୍କ କ୍ଷତି ପୂରଣ ପାଇଁ ରାସ୍ତା ଅବରୋଧBody:ଆଙ୍କର- ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁ ରେ ଗତକାଲି ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ଘଟିଛି ।ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।ରାତି ପ୍ରାୟ ୧୧ଟା ୧୫ ମିନଟ ବେଳକୁ ଖକନ ସାହୁ ନାମକ ଯୁବକ ରାସ୍ତା ର ଡ୍ରେନ ଉପରେ ବସି ଫୋନରେ କଥା ହେଉଥିବା ବେଳେ ତେଲକୋଇ ପଟୁ କାଞ୍ଜିପାଣି ଆଡକୁ ଯାଉଥିବା ଏକ ୪୦୭ଗାଡି ତାଙ୍କୁ ଧକ୍କା ଦେଇଥିଲା ।ସଙ୍ଗେ ସଙ୍ଗେ ତେଲକୋଇ ମେଡିକାଲକୁ ନିଆଯାଇଥିଲା ସେଠାରୁ ତାଙ୍କୁ କେନ୍ଦୁଝର ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଧକ୍କା ଦେଇଥିବା ଗାଡି ଡ୍ରାଇଭର ଫେରାର ଥିବା ଜଣାପଡିଛି ।ଆଜି ସକାଳୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ତେଲକୋଇ କାଞ୍ଜିପାଣି ରାସ୍ତାକୁ ଅବରୋଧ କରିଛନ୍ତି ।ଘଟଣା ସ୍ଥଳରେ ତେଲକୋଇ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ଶହ ତଦନ୍ତ ଆରମ୍ଭ କରିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.