ETV Bharat / state

ଚଳିତ ବର୍ଷ ସରିବ କାନପୁର ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ, ଉପକୃତ ହେବେ ଚାଷୀ

author img

By

Published : Jan 15, 2023, 10:26 AM IST

କେନ୍ଦୁଝରକୁ ଦିନିକିଆ ଗ୍ରସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ । ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାର କାନପୁର ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ନେଇ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

କେନ୍ଦୁଝର ଜିଲ୍ଲାରେ ମୁଖ୍ୟ ଶାସନ ସଚିବ
କେନ୍ଦୁଝର ଜିଲ୍ଲାରେ ମୁଖ୍ୟ ଶାସନ ସଚିବ

କେନ୍ଦୁଝର ଜିଲ୍ଲାରେ ମୁଖ୍ୟ ଶାସନ ସଚିବ

କେନ୍ଦୁଝର: ଜଳ ସଙ୍କଟରୁ ମୁକ୍ତି ପାଇବେ ଚାଷୀ । ଚଳିତ ବର୍ଷ ସରିବ କେନ୍ଦୁଝର ଜିଲ୍ଲାର କାନପୁର ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟ । ୨୨ଶହ ହେକ୍ଟର ଜମିକୁ ମିଳିବ ଜଳ ସେଚନର ସୁବିଧା । ଗତକାଲି (ଶନିବାର) ଦିନିକିଆ ଗସ୍ତରେ କେନ୍ଦୁଝରରେ ଆସି ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଦିନିକିଆ ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ କେନ୍ଦୁଝର ଜିଲ୍ଲାରେ ଚାଲିଥିବା ଅନେକ ପ୍ରକଳ୍ପର ତଦାରଖ କରିବା ସହ କାର୍ଯ୍ୟଅଧିକାରୀଙ୍କ ସମୀକ୍ଷା ବୈଠକ କରିଥିଲେ । କେନ୍ଦୁଝର ଜିଲ୍ଲାର କାନପୁର ବୃହତ ଜଳ ସେଚନ ପ୍ରକଳ୍ପ, ଯୋଡ଼ା ଫ୍ଲାଏ ଓଭର ବ୍ରିଜ, କୋଇଡା,ରିମୂଳି ରାଜାମୁଣ୍ଡା ରାସ୍ତା, ଆନନ୍ଦପୁର ବ୍ୟାରେଜ ଆଦିର କାର୍ଯ୍ୟ ତଦାରଖ କରିବା ସହ ସମୀକ୍ଷା କରିଥିଲେ । କେନ୍ଦୁଝର ସକ୍ରିଟ ହାଉସ ଠାରେ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।

ପ୍ରଥମେ ବାସୁଦେବପୁର ସ୍ଥିତ କାନପୁର ଜଳସେଚନ ପ୍ରକଳ୍ପର କାର୍ଯ୍ୟସ୍ଥଳୀକୁ ଯାଇ ତଦାରଖ କରିବା ସହ ଚଳିତ ବର୍ଷ ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏହାସହ ଫେବୃଆରୀ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ସହ ଜୁଲାଇ ସୁଦ୍ଧା ଚାରୋଟି ମେଗା ଲିଫ୍ଟରୁ ପାଣି ଦେବା ଆରମ୍ଭ କରାଯିବ ।

ଉକ୍ତ କାନପୁର ଡ୍ୟାମରୁ କେନାଲ ଯୋଗେ ଚାଷୀଙ୍କୁ ପାଣି ଦେବା ସହ ୨୨ ଶହ ହେକ୍ଟର ଜମି ଜଳ ସେଚିତ ହେବ । ବର୍ଷା ଅଭାବରୁ ଚାଷ ନଷ୍ଟ ନ ହେବା ସହ ବର୍ଷ ତମାମ ଚାଷଙ୍କୁ ପାଣି ମିଳିବା । ଯୋଡ଼ା ବାସୀଙ୍କୁ ସେପ୍ଟେମ୍ବର ସୁଦ୍ଧା ଫ୍ଲାଇ ଓଭର ବ୍ରିଜ କାର୍ଯ୍ୟ ସମ୍ପାଦନ କରି ଦିଆଯିବା ସହ କୋଇଡା ରାଜାମୁଣ୍ଡା ଚାରି ଲେନ କାର୍ଯ୍ୟ ଶୀଘ୍ର ସରିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଆନନ୍ଦପୁର ବ୍ୟାରେଜ ସହ ବିଦ୍ୟାଧରପୁର ବ୍ୟାରେଜ ପର୍ଯ୍ୟନ୍ତ ଲାଇନିଂ କାର୍ଯ୍ୟ ଶେଷ ହେବା ସହ ପାଞ୍ଚ ମାସ ମଧ୍ୟରେ କେନାଲ କାର୍ଯ୍ୟ ଶେଷ ହେବ । ଏହା ଦ୍ୱାରା ୧୭ହଜାର ହେକ୍ଟର ଚାଷଜମି ଜଳସେଚିତ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି । ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଭୁବନେଶ୍ୱର ଫେରି ଯାଇଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.