ETV Bharat / state

ଅନ୍ୟଜାତିରେ ପ୍ରେମ ବିବାହ ପଡିଲା ମହଙ୍ଗା; କଙ୍ଗାରୁକୋର୍ଟରେ ନିଆଁପାଣି ବାସନ୍ଦ, 25 ଲକ୍ଷ ଜୋରିମାନା - ଅନ୍ୟ ଜାତିରେ ପ୍ରେମ ବିବାହ

ଅନ୍ୟ ଜାତିରେ ପ୍ରେମ କରି ବିବାହ କରିବା ଯୋଗୁଁ କଙ୍ଗାରୁକୋର୍ଟର ଶିକାର ହେଲେ ଦମ୍ପତି। ୨୫ ଲକ୍ଷ ଟଙ୍କାର ଜୋରିମାନା । ଅଧିକ ପଢନ୍ତୁ...

ଅନ୍ୟଜାତିରେ ପ୍ରେମ ବିବାହ ପଡିଲା ମହଙ୍ଗା, କଙ୍ଗାରୁ କୋର୍ଟରେ 25ଲକ୍ଷ ଜୋରିମାନା
ଅନ୍ୟଜାତିରେ ପ୍ରେମ ବିବାହ ପଡିଲା ମହଙ୍ଗା, କଙ୍ଗାରୁ କୋର୍ଟରେଅନ୍ୟଜାତିରେ ପ୍ରେମ ବିବାହ ପଡିଲା ମହଙ୍ଗା, କଙ୍ଗାରୁ କୋର୍ଟରେ 25ଲକ୍ଷ ଜୋରିମାନା 25ଲକ୍ଷ ଜୋରିମାନା
author img

By

Published : Aug 2, 2021, 6:48 PM IST

ଆନନ୍ଦପୁର: ଅନ୍ୟ ଜାତିରେ ପ୍ରେମ କରି ବିବାହ କରିବା ପଡିଲା ମହଙ୍ଗା । କଙ୍ଗାରୁକୋର୍ଟରେ ଦମ୍ପତ୍ତିଙ୍କୁ ନିଆଁପାଣି ବାସନ୍ଦ କରିବା ସହ 25ଲକ୍ଷ 60 ହଜାର ଟଙ୍କା ଜୋରିମାନା କରିଛନ୍ତି ଗ୍ରାମବାସୀ। ଏଥିରେ ଅତିଷ୍ଟ ହୋଇ ଶେଷରେ ଗାଁ ଛାଡି ନିଜ ମାମୁଁ ଘରେ ଆଶ୍ରୟ ନେବା ସହ ନ୍ୟାୟ ପାଇଁ ନିବେଦନ କରିଛନ୍ତି ଦମ୍ପତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତର ନିଆଳିଝରଣ ଗାଁରେ ।

ଅନ୍ୟଜାତିରେ ପ୍ରେମ ବିବାହ ପଡିଲା ମହଙ୍ଗା, କଙ୍ଗାରୁ କୋର୍ଟରେ 25ଲକ୍ଷ ଜୋରିମାନା

ନିଆଳିଝରଣ ଗାଁର ମହେଶ୍ବର ବାସ୍କେ ଗତ 6ମାସ ତଳେ ନାଗାଡାହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ବାହାରେ ରହୁଥିଲେ । ଏବେ ସେ ସ୍ତ୍ରୀଙ୍କୁ ନେଇ ଘରକୁ ଫେରିବା ପରେ, ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ଗାଁଲୋକେ ତାଙ୍କୁ ପ୍ରବଳ ବିରୋଧ କରିଥିଲେ । ଗ୍ରାମସଭାରେ ଦମ୍ପତ୍ତିଙ୍କୁ ନିଆଁ ପାଣି ବାସନ୍ଦ କରିବା ସହ 25 ଲକ୍ଷ 60ହଜାର ଟଙ୍କା ଜୋରିମାନା କରିଛନ୍ତି ଗ୍ରାମବାସୀ । ଆର୍ଥିକ ସ୍ବଚ୍ଛଳ ନଥିବା ମହେଶ୍ବର ଏତେ ଟଙ୍କା ଦେବାକୁ ସକ୍ଷମ ନ ଥିବାବେଳେ କଙ୍ଗାରୁକୋର୍ଟର ନିଷ୍ପତ୍ତିରେ ଅତିଷ୍ଟ ହୋଇ ନିଜ ସ୍ତ୍ରୀଙ୍କୁ ନେଇ ଗାଁ ଛାଡି ଗୌଡସିଙ୍ଗାରେ ଥିବା ମାମୁଁଘରେ ଆଶ୍ରୟ ନେଇଛନ୍ତି । କଙ୍ଗାରୁକୋର୍ଟ ଅପରି ନିର୍ଦ୍ଦେଶରୁ ମୁକୁଳିବାକୁ ଦମ୍ପତି ଆକୁଳ ନିବେଦନ କରିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.