ETV Bharat / state

ଗୃହିଣୀରୁ ଗୋପାଳକ, ଗୋସେବା କରି ରାଜ୍ୟସ୍ତରରେ ପୁରସ୍କୃତ କଳ୍ପଲତା

ସାଧାରଣ ଗୃହିଣୀରୁ ଗୋପାଳନ ଆରମ୍ଭ କରି ଆଜି ଗୋଟିଏ ଗାଈରୁ ୧୦ରେ ପହଞ୍ଚିଛି ଗାଈ ସଂଖ୍ୟା । ମାସିକ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଅଧିକ ପଢନ୍ତୁ...

ଗୃହିଣୀରୁ ଗୋପାଳକ: ଅନ୍ୟ ପାଇଁ ଉଦାହରଣ କଳ୍ପଲତା ସ୍ବାଇଁ

author img

By

Published : Aug 28, 2021, 5:30 PM IST

ଆନନ୍ଦପୁର: ସାଧାରଣ ଗୃହିଣୀରୁ ଗୋପାଳନର ଲମ୍ବାଯାତ୍ରା । ଏଥିପାଇଁ ରାଜ୍ୟ ସ୍ତରରେ ମଧ୍ୟ ସେ ପୁରସ୍କୃତ । ଦୁଇଟି ଗାଈରୁ ଆରମ୍ଭ ହୋଇଥିବା ତାଙ୍କ ଗୁହାଳରେ ଏବେ ଗାଈ ସଂଖ୍ୟା ୧୦ରେ ପହଞ୍ଚିଛି । ଦୈନିକ ପ୍ରାୟ ୪୦ରୁ ୫୦ ଲିଟର କ୍ଷୀର ସେ ଦୁଗ୍ଧ ସମବାୟ ସମିତି ଜରିଆରେ ବିକ୍ରି କରୁଛନ୍ତି । ଆଉ ମାସିକ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି ।

ଗୃହିଣୀରୁ ଗୋପାଳକ: ଅନ୍ୟ ପାଇଁ ଉଦାହରଣ କଳ୍ପଲତା ସ୍ବାଇଁ

ଘସିପୁରା ବ୍ଲକ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ ନରଦା ଗ୍ରାମର କଳ୍ପଲତା ସ୍ବାଇଁଙ୍କ ସଫଳତାର କାହାଣୀ ଏବେ ଚର୍ଚ୍ଚାରେ । ସ୍ଵାମୀ ଅଶୋକ କୁମାର ସ୍ବାଇଁ ଜଣେ ଜିଆରଏସ୍। ତାଙ୍କର ସ୍ବଳ୍ପ ବେତନରେ ଘରର ୫ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇଥିଲା । ଘରର ପରିସ୍ଥିତି ଦେଖି କିଛି କରିବାକୁ ଅଣ୍ଟା ଭିଡ଼ିଥିଲେ କଳ୍ପଲତା । ୨୦୦୬ ମସିହାରେ ନିଜ ଉଦ୍ୟମରେ ଘରେ ପ୍ରଥମେ ଦୁଇଟି ଜର୍ସି ଗାଈ ରଖିଥିଲେ । ଯେତିକି କ୍ଷୀର ହେଉଥିଲା ଗାଁରେ ବିକ୍ରି କରୁଥିଲେ । ସେଥିରୁ ଯାହା ରୋଜଗାର ହେଉଥିଲା କିଛି ସଞ୍ଚୟ କରୁଥିଲେ । ଆଉ ୨୦୧୨ରେ ସ୍ଥାନୀୟ ବ୍ୟାଙ୍କରୁ ଲୋନ୍ କରି ୪ଟି ଗାଈ ଆଣିଥିଲେ ।

ଗୋପାଳନ ଓ ଯତ୍ନରେ ନିଜକୁ ସମ୍ପୂର୍ଣ୍ଣ ଭାବେ ନିୟୋଜିତ କରିଥିଲେ କଳ୍ପଲତା । ତାଙ୍କ ପରିଶ୍ରମର ମୂଲ୍ୟ ଧୀରେଧୀରେ ମିଳିଥିଲା । କ୍ଷୀର ବିକ୍ରି ପାଇଁ ଓମ୍ଫେଡ୍ ସହାୟତାରେ ନରଦାରେ ଦୁଗ୍ଧ ସମବାୟ ସମିତି ଗଠନ କଲେ । ଏହା ଜରିଆରେ ନିଜ ଉତ୍ପାଦିତ କ୍ଷୀର ବିକ୍ରି କରିବା ସହ ପଡ଼ୋଶୀଙ୍କ ଦୁଗ୍ଧ ସଂଗ୍ରହ କରି ଓମଫେଡକୁ ଯୋଗାଇଲେ । ଧୀରେଧୀରେ ସେ ବ୍ୟାଙ୍କ ଋଣ ଶୁଝିବା ସହ ଏବେ ମାସିକ ୨୫-୩୦ ହଜାର ଟଙ୍କା ଲାଭ କରୁଛନ୍ତି ।

ବର୍ତ୍ତମାନ ତାଙ୍କ ଗୁହାଳରେ ୮ରୁ ୧୦ଟି ଗାଈ ଅଛନ୍ତି । ଗୋପାଳନରେ ଏହି ସଫଳତା ପାଇଁ ୨୦୧୮ ଭୁବନେଶ୍ବର ଠାରେ ଆୟୋଜିତ ରାଜ୍ୟ କୃଷି ଓ କୃଷକ ସମାରୋହରେ ତତ୍କାଳୀନ କୃଷିମନ୍ତ୍ରୀ ସ୍ବର୍ଗତ ପ୍ରଦୀପ ମହାରଥୀ ଓ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ତାଙ୍କୁ ୧୦ ହଜାର ଟଙ୍କା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଗାଈଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଟୀକାକରଣ ଆଦି କ୍ଷେତ୍ରରେ ଓମଫେଡ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି । ନିକଟରେ ମନରେଗା ଯୋଜନାରେ ଏକ ଗୁହାଳ ଘର ନିର୍ମାଣ କରିଛନ୍ତି ।

ପରିବାର ଲୋକଙ୍କ ସମର୍ଥନ ଏବଂ ଦୃଢ଼ ଇଚ୍ଛାଶକ୍ତି ବଳରେ ଗୋ ପାଳନ କରି ସ୍ବାବଲମ୍ବୀ ହୋଇପାରିଛନ୍ତି କଳ୍ପଲତା । ତେବେ ଗ୍ରାମାଞ୍ଚଳର ଅନ୍ୟ ମହିଳାଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.