ETV Bharat / state

କାଳିମାଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: କଂଗ୍ରେସ ଟିମର ସରଜମିନ ତଦନ୍ତ, ଏସପିଙ୍କୁ ଭେଟିଲା ବିଜେପି

କାଳିମାଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ କଂଗ୍ରେସ ଟିମର ସରଜମିନ ତଦନ୍ତ । ଘଟଣାସ୍ଥଳରେ ଯାଇ ସ୍ଥିତି ଅନୁଧ୍ୟାନ କରିଛି କଂଗ୍ରେସ ଟିମ । ସେପଟେ ବିଜେପି ମଧ୍ୟ କେନ୍ଦୁଝର ଏସପିଙ୍କୁ ଭେଟି ଘଟଣାର ପର୍ଦ୍ଦାଫାସ କରିବା ପାଇଁ ଦାବି କରିଛି । ଅଧିକ ପଢନ୍ତୁ...

Kalimati girl rape and murder case congress team in ground
କାଳିମାଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା; କଂଗ୍ରେସ ଟିମର ସରଜମିନ ତଦନ୍ତ ଓ ଏସପିଙ୍କୁ ଭେଟିଲା ବିଜେପି
author img

By

Published : Sep 8, 2021, 7:09 AM IST

କେନ୍ଦୁଝର: କାଳିମାଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ କଂଗ୍ରେସ ଟିମର ସରଜମିନ ତଦନ୍ତ । ଘଟଣାସ୍ଥଳରେ ଯାଇ ସ୍ଥିତି ଅନୁଧ୍ୟାନ କରିଛି କଂଗ୍ରେସ ଟିମ । ପାରିପାର୍ଶ୍ବିକ ସ୍ଥିତିକୁ ନେଇ ଏହା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ବୋଲି କଂଗ୍ରେସ କହିଛି । ସେପଟେ ବିଜେପି ମଧ୍ୟ କେନ୍ଦୁଝର ଏସପିଙ୍କୁ ଭେଟି ଘଟଣାର ପର୍ଦ୍ଦାଫାସ କରିବା ପାଇଁ ଦାବି କରିଛି ।

କାଳିମାଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା; କଂଗ୍ରେସ ଟିମର ସରଜମିନ ତଦନ୍ତ ଓ ଏସପିଙ୍କୁ ଭେଟିଲା ବିଜେପି

ଗତ ମାସ ୨୬ ତାରିଖରେ ଘଟିଥିବା କାଳିମାଟି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କଂଗ୍ରେସର ଏକ ସ୍ବତନ୍ତ୍ର ଟିମ ସରଜମିନ ତଦନ୍ତ କରିଛି । କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସର ପଦାଧିକାରୀ ଏହି ଟିମରେ ସାମିଲ ଥିଲେ । ଉକ୍ତ ଟିମ ସରଜମିନ ତଦନ୍ତ ବେଳେ ନାବାଳିକାର ଘରକୁ ଯାଇ ତାଙ୍କ ଘର ଲୋକଙ୍କ ସହ କଥା ହୋଇଥିଲେ । ନାବାଳିକାର ପିତାମାତା ପୂର୍ବରୁ ମୃତ୍ୟୁବରଣ କରିଛନ୍ତି । ପ୍ରକାଶ ଯେ ସକାଳେ ନାବାଳିକା ରହୁଥବା ରୁମର କବାଟ ନଖୋଲିବାରୁ ତାହା ଭାଙ୍ଗି ଦିଆଯାଇଥିଲା । ରୁମରେ ନାବାଳିକାର ମୃତଦେହ ଝୁଲାନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ସମ୍ପର୍କୀୟ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଥିଲେ ବି ଗୋଡ ତଳେ ଲାଗିଥିଲା । ତା’ର ଗୁପ୍ତାଙ୍ଗରେ ଗଭୀର କ୍ଷତ ସହ ରକ୍ତସ୍ରାବ ହେଉଥିଲା । ଘଟଣାର ପାରିପାର୍ଶ୍ବିକ ଦୃଶ୍ୟ ଦେଖି ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ବାରି ହେଉଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏକାଧିକ ବ୍ୟକ୍ତି ହୁଏତ ମିଳିତ ଭାବେ ଦୁଷ୍କର୍ମ କରି ମାରି ନାବାଳିକାକୁ ମାରି ଟାଙ୍ଗି ଦେଇଥିବା ତା’ପରିବାର ଲୋକେ ସନ୍ଦେହ ବ୍ୟକ୍ତ ‌କରିଥିଲେ ।

ଗୁରୁବାର ସକାଳେ ଝିଅ ରହୁଥିବା ରୁମର କବାଟ ନଖୋଲିବାରୁ କବାଟ ଭାଙ୍ଗି ଦେଖିଲା ବେଳକୁ ତାର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଘଟଣା ଘଟିଥିବା ରୁମର ପାଖରୁମରେ ଥିବା ୩ ଫୁଟ ଉଚ୍ଚର କାଠ ପଟା ଉପରେ ନିକଟସ୍ଥ ଗ୍ରାମ ନଈବୁଗାର ଗୁରୁମୁଣ୍ଡା ନାମକ ଜଣେ ଅସାମାଜିକ ଯୁବକର ମନିପର୍ସ ଓ ଭୋଟର ଆଇକାର୍ଡ ମିଳିଥିଲା । ଏହି ରୁମ ଓ ଘଟଣା ଘଟିଥିବା ରୁମ ମଧ୍ୟରେ ଅଧା କାନ୍ଥ ରହିଛି ଏବଂ ଉକ୍ତ ରୁମର କବାଟ ଖୋଲା ଥିଲା ପାଖ ରୁମରୁ ଗୁରୁମୁଣ୍ଡାର ୱାଲେଟ ଓ ଭୋଟର ଆଇକାର୍ଡ ମିଳିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏହି ଘଟଣାରେ କଂଗ୍ରେସ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ।

ସେପଟେ ପୂର୍ବରୁ ବିଜେପିର ଏକ ପ୍ରତିନିଧି ଦଳ ଉକ୍ତ ପୀଡିତାଙ୍କ ଘରକୁ ଯାଇଥିଲା । ଆଜି ମହିଳା ମୋର୍ଚ୍ଚା ସଦସ୍ୟଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି । ଏହି ଘଟଣାର ସଠିକ ଭାବେ ତଦନ୍ତ ପାଇଁ ଦାବି କରିଛି । ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ମହିଳା ମୋର୍ଚ୍ଚା । ଏନେଇ ଡାକ୍ତରୀ ଟିମ ସହ ଏକ ସ୍ବତନ୍ତ୍ର ଟିମ ଏହି ଘଟଣାର ସଠିକ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.